• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁଖୋଇ-୩୦ରେ ଉଡ଼ିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆଜି ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-୩୦ରେ ଉଡ଼ିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ସୁଖୋଇ ୩୦ର କୋ ପାଇଲଟ୍ ସିଟରେ ସେ ବସିବେ ଓ କିଛି ସମୟ ଆକାଶ ମାର୍ଗରେ ବୁଲିବେ। ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ତାଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ ।

ଏହା ଆଗରୁ ରାଷ୍ଟ୍ରପତି ଥିବା ବେଳେ ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ଓ ଏପିଜେ ଅବଦୁଲ କଲାମ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ିଥିଲେ । ଏହି ପୂର୍ବତନ ରାଷ୍ଟ୍ରପତିମାନେ ପୁଣେ ଏୟାର ବେସରୁ ଉଡ଼ାଣ କରିଥିବା ବେଳେ ଦ୍ରୌପଦୀ ର୍ମୁର୍ମୁ ଦେଶର ପୂର୍ବ ଭାଗରେ ଥିବା ଆସାମର ତେଜପୁର ଏୟାର ଷ୍ଟେସନରୁ ଯୁଦ୍ଧ ବିମାନରେ ବସିବେ। ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ବେଗରେ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ବ୍ରହ୍ମୋସ୍ ପରି ସୁପର ସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।