/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663152817.jpg)
Droupadi Murmu
ମହାରାଣୀ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୭ରୁ ୧୯ ତାରିଖ ଯାଏଁ ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ରାଣୀଙ୍କ ଶେଷକୃତ୍ୟରେ ଯୋଗଦାନ କରିବେ ରାଷ୍ଟ୍ରପତି ।
ଆସନ୍ତା ୧୯ ତାରିଖରେ ରାଣୀ ଏଲିଜାବେଥ ଦ୍ୱିତୀୟ ଙ୍କ ଅନ୍ତିମ ସଂସ୍କାର ହେବ । ଗତ ୧୧ ତାରିଖ ରବିବାର ଦିନ ଭାରତରେ ରାଣୀ ଏଲିଜାବେଥ୍ଙ୍କ ପାଇଁ ଦିନିକିଆ ଶୋକ ପାଳନ କରାଯାଇଥିଲା । ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଣୀଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇ କମିଶନରଙ୍କୁ ଭେଟି ଭାରତ ପକ୍ଷରୁ ସମବେଦନା ଜଣାଇଥିଲେ ।
ଏହି ଦିନିକିଆ ଶୋକ ଅବସରରେ ଦେଶବ୍ୟାପୀ ଜାତୀୟ ପତାକା ଅର୍ଧନମିତ ରହିଥିଲା । ସେହିଭଳି ସରକାରୀ ଭାବେ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା । ଗତ ଗୁରୁବାର ସ୍କଟଲାଣ୍ଡ୍ ବାଲମୋରା ରାଜପ୍ରାସାଦରେ ୯୬ ବର୍ଷ ବୟସରେ ରାଣୀ ଏଲିଜାବେଥଙ୍କ ପରଲୋକ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)