/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662866523.jpg)
Queen Elizabeth II
ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଆଜି ଭାରତରେ ଦିନିକିଆ ଶୋକ ପାଳନ କରାଯାଉଛି । ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ରାଣୀ ଏଲିଜେବେଥ ଦ୍ୱିତୀୟଙ୍କ ସମ୍ମାନାର୍ଥେ ଏହି ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳକୁ ସୂଚନା ଦିଆଯାଇସାରିଛି ।
Advertisment
ଏହି ଅବସରରେ ଦେଶବ୍ୟାପୀ ଜାତୀୟ ପତାକା ଅର୍ଧନମିତ ରହିଛି । ସେହିଭଳି ସରକାରୀ ଭାବେ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ଗତ ଗୁରୁବାର ସ୍କଟଲାଣ୍ଡ୍ ବାଲମୋରା ରାଜପ୍ରାସାଦରେ ୯୬ ବର୍ଷ ବୟସରେ ରାଣୀ ଏଲିଜାବେଥଙ୍କ ପରଲୋକ ହୋଇଥିଲା ।
ସେପ୍ଟେମ୍ବର ୧୯ରେ ଭବ୍ୟ ରାଜକୀୟ ଢଙ୍ଗରେ ଦିବଂଗତ ରାଣୀଙ୍କ ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି । ରାଣୀ ଏଲିଜାବେଥ୍ ଦ୍ୱିତୀୟ ବ୍ରିଟେନ୍ ରାଜତନ୍ତ୍ର ଇତିହାସରେ ସର୍ବାଧିକ ୭୦ ବର୍ଷ ଧରି ଶାସନ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)