Advertisment

ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍‌ର ବଡ଼ ପୋଷ୍ଟରେ ଭାରତୀୟ

କଣ ହେବ ତାଙ୍କ ପାଇଁ ବଡ଼ ଚାଲେଞ୍ଜ

author-image
Chandan Shishu
Ashish Jha

Ashish Jha

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍‌ର ଏକ ବଡ଼ ପୋଷ୍ଟରେ ଭାରତୀୟ। ହ୍ୱାଇଟ୍ ହାଉସ୍ କୋଭିଡ୍ ରେସପନ୍ସ କୋର୍ଡିନେଟର ପଦରେ ନିଯୁକ୍ତି ପାଇଛନ୍ତି ବିହାର ଜନ୍ମିତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆଶିଷ ଝା। ରାଷ୍ଟ୍ରପତି ଜୋ- ବାଇଡେନ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ପାଇଁ ଆଶିଷ ଝାଙ୍କ ନାଁରେ ମୋହର ମାରିଛନ୍ତି।

Advertisment

ଡାକ୍ତର ଝା ଆମେରିକାର ଜଣେ ଅଗ୍ରଣୀ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ଜଣାଶୁଣା। ବର୍ତ୍ତମାନ ସମୟରେ ପୂର୍ବ ଏସିଆ ଓ ପଶ୍ଚିମ ୟୁରୋପରେ ପୁଣି କାୟା ବିସ୍ତାର କରୁଥିବା କରୋନା ମହାମାରୀ ଲହର ଦାଉରୁ ଆମେରିକାବାସୀଙ୍କୁ କିଭଳି ସୁରକ୍ଷିତ ରଖିହେବ ତାହା ହେବ ଆଶିଷଙ୍କ ପାଇଁ ସବୁଠୁ ବ଼ଡ଼ ଚ୍ୟାଲେଞ୍ଜ।

୫୧ ବର୍ଷିୟ ଡାକ୍ତର ଆଶିଷ ଝାଙ୍କ ଜନ୍ମ ବିହାର ମଧୁବନୀରେ। ତାଙ୍କୁ ୯ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପରିବାର କାନାଡ଼ା ପଳାଇଥିଲେ। ଆମେରିକାରେ ଉଚ୍ଚଶିକ୍ଷା ପରେ ହାଭାର୍ଡ ଗ୍ଲୋବାଲ ହେଲ୍ଥ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ ଭାବେ ବି କାର୍ଯ୍ୟ କରିଛନ୍ତି ଏହି ଭାରତୀୟ ଜନ୍ମିତ ଡାକ୍ତର।

Advertisment
White House America
Advertisment
Advertisment