• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡିଜିଟାଲ ଇଣ୍ଡିଆ ସହ ଗ୍ରାମାଞ୍ଚଳ ଲୋକଙ୍କୁ ଯୋଡ଼ିବାକୁ ଭାରତ ସରକାରଙ୍କ ଆଉ ଏକ ବଡ଼ ପ୍ରୟାସ । ଆଜି ଦେଶର ୭୫ ଜିଲ୍ଲାରେ ଡିଜିଟାଲ ବ୍ୟାଙ୍କିଂ ୟୁନିଟର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଗାଁ ଗାଁରେ ହାତ ପାଆନ୍ତାରେ ବ୍ୟାଙ୍କ୍ ସେବା ଯୋଗାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧନମନ୍ତ୍ରୀ ମୋଦି ଏହାର ଲୋକାର୍ପଣ କରିବେ । ୨୦୨୨-୨୩ ବଜେଟରେ ଏନେଇ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ।

ଦେଶ ୭୫ ବର୍ଷ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ବ୍ୟାଙ୍କିଂ ସେବା ଯୋଗାଇବେ ୧୧ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଓ ୧୨ ଘରୋଇ ବ୍ୟାଙ୍କ । ଏହି DBU ସହାୟତାରେ ବ୍ୟାଙ୍କ ଗ୍ରାହକ ସେଭିଙ୍ଗ ଆକାଉଣ୍ଟ ଖୋଲିବା ସହ ବ୍ୟାଙ୍କ ଜମା ଯାଂଚ, ପାସବୁକ୍ ପ୍ରିଣ୍ଟ୍, ଫଣ୍ଡ ଟ୍ରାନ୍ସଫର, ଫିକ୍ସଡ ଡିପୋଜିଟ୍, ଲୋନ୍ ଆବେଦନ, ଚେକର ଷ୍ଟପ୍ ପେମେଣ୍ଟ, ଡେବିଟ୍ ଓ କ୍ରେଡିଟ୍ କାର୍ଡ ଆବେଦନ, ଟାକ୍ସ ଓ ବିଲ୍ ପେମଣ୍ଟ ଭଳି ସେବା ପାଇପାରିବେ । ଏହା ଗ୍ରାହକଙ୍କୁ ଉତ୍କୃଷ୍ଟ ବ୍ୟାଙ୍କିଂ ସେବା ଯୋଗଇ ପାରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

ସେହିପରି ଗ୍ରାହକଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ DBUରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଡିବିୟୁ ପକ୍ଷରୁ ସିଧାସଳଖ କିମ୍ବା ବ୍ୟବସାୟ ପ୍ରଦାନ ମାଧ୍ୟମରେ ସେବା ଉପଲବ୍ଧ କରାଯିବ । ତେବେ ଏଥିରେ ଗ୍ରାହକଙ୍କର ଯେପରି କୌଣସି କ୍ଷତି ହେବ ନାହିଁ ଏବଂ ସମସ୍ତ ସେବା ଅନଲାଇନରେ ସହଜରେ ଉପଲବ୍ଧ ହେବ, ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବ ।

ପିଏମଓ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଗ୍ରାହକଙ୍କୁ ଅତି ସୁଲଭ ମୂଲ୍ୟରେ ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦିଆଯିବ । ଏହା ସହିତ ଆର୍ଥିକ ସାକ୍ଷରତା ପାଇଁ ମଧ୍ୟ ପ୍ରଚାର ପ୍ରସାର କରାଯିବ । ଫଳରେ ଲୋକଙ୍କ ମଧ୍ୟରେ ସାଇବର ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି ପାଇବ ।