/odishatv-khabar/media/post_attachments/uploadimage/library/16_9/16_9_0/Paraglider_1698312398.jpg)
Paraglider
ନିଖୋଜ ପାରାଗ୍ଲାଇଡରଙ୍କୁ ଖୋଜୁଛି ହେଲିକପ୍ଟର । ଗତ ଦୁଇ ଦିନ ହେବ ହିମାଚଳ ପ୍ରଦେଶର କଙ୍ଗରା ଜିଲ୍ଲାର ବିରରୁ ବିମାନ ଉଡ଼ାଣ ପରେ ନିଖୋଜ ଥିବା ପୋଲାଣ୍ଡର ପାରାଗ୍ଲାଇଡରକୁ ଖୋଜିବା ପାଇଁ ଦୁଇଟି ହେଲିକପ୍ଟର ନିୟୋଜିତ କରାଯାଇଛି ।
ସୂଚନା ମୁତାବକ ଗତ ସୋମବାର ଦିନ, ଚାରି ଜଣ ପୋଲାଣ୍ଡ ନାଗରିକ ଉଡାଣ କରିବା ସମୟରେ ଧର୍ମଶାଳା ନିକଟରେ ନିଖୋଜ ହୋଇଯାଇଥିଲେ । କାଁଗଡ଼ା ଜିଲ୍ଲାର ଉଦ୍ଧାରକାରୀ ଦଳ ପରେ ସେମାନଙ୍କୁ ଖୋଜାଖୋଜି କରିଥିଲେ । ପରେ ୩ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଏବେ ବି ଜଣେ ନିଖୋଜ ଥିବା ଜଣାପଡ଼ିଛି । ଏନେଇ କାଁଗଡ଼ା ଏସପି ଶାଲିନୀ ଅଗ୍ନିହୋତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅକ୍ଟୋବର ୨୬ ଅର୍ଥାତ୍ ଆଜି କାଁଗଡ଼ାର ବିର୍-ବିଲିଂ ଠାରେ ପ୍ରି ବିଶ୍ୱକପ୍ ପାରାଗ୍ଲାଇଡିଂ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିଲା । ହେଲେ ଏହା ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଏହି ଘଟଣା ଘଟିଛି ।
ପାରାଗ୍ଲାଇର୍ଡମାନେ କୌଣସି ଆସୋସିଏସନ୍ ସହିତ ପଞ୍ଜୀକୃତ ହୋଇନଥିଲେ । କାରଣ ସେମାନେ ପ୍ରି ଫ୍ଲାଇଙ୍ଗ୍ ବର୍ଗରେ ଉଡ଼ିଥିଲେ ଯେଉଁଥିରେ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ । ଗତ ମଙ୍ଗଳବାର ଦିନ ଇନ୍ଦ୍ରୁନାଗ ଅଞ୍ଚଳ ନିକଟରେ ତିନି ଜଣ ବିଦେଶୀଙ୍କୁ ଉଦ୍ଧାର କରାଯାଇଥିଲା ।
ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଅଧିକାରୀ କହିଛନ୍ତି । ସେହିପରି ନିଖୋଜ ଥିବା ପାରାଗ୍ଲାଇଡରଙ୍କୁ ଖୋଜିବା ପାଇଁ ଧର୍ମଶାଳା ଏବଂ ଇନ୍ଦ୍ରୁନାଗ ନିକଟରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ବୋଲି ଏସପି କହିଛନ୍ତି । ତାଙ୍କୁ ଖୋଜିବାକୁ ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)