/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656424448.jpg)
Building Collapsed
ଆସାମରେ ୧୫ ଦିନରୁ ଅଧିକ ଦିନ ହେଲା ବନ୍ୟା ସମସ୍ୟା ଲାଗି ରହିଛି । ସିଲଚରରେ ବନ୍ୟା ଯୋଗୁଁ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ସିଲଚରର ତଳିଆ ଅଞ୍ଚଳରେ ଥିବା କ୍ୟାନସର ହସ୍ପିଟାଲରେ ପାଣି ପଶିଯିବାରୁ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ନାହିଁ ନଥିବା ଅସୁବିଧାରେ ପଡ଼ିଛନ୍ତି । ବାରଣ୍ଡାରେ ପଡ଼ିଥିବା ଚେୟାର ଉପରେ ବସି ରହିଛନ୍ତି ରୋଗୀଙ୍କ ସଂପର୍କୀୟ । ସେହିପରି ଓ୍ୱାର୍ଡ ଭିତରେ ମଧ୍ୟ ରୋଗୀମାନେ ହଇରାଣ ହୋଇଛନ୍ତି ।
ତେବେ ବନ୍ୟା ବିଭିଷିକାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ପୋଲିସ ଷ୍ଟେସନ ବି ଏଥିରୁ ବାଦ ପଡିନି । ଆସାମର ନାଲବିରି ଅଞ୍ଚଳରେ ଥିବା ଦୁଇ ମହଲା ବିଶିଷ୍ଟ ପୋଲିସ ଷ୍ଟେସନ ବନ୍ୟା ପାଣିରେ ଧୋଇ ହୋଇଯାଇଛି । ଭୟଙ୍କର ବନ୍ୟା ଯୋଗୁଁ ନଦୀ କୂଳରେ ନିର୍ମିତ ନାଲବିରି ଜିଲ୍ଲାର ଭାଗନମାରି ପୋଲିସ ଷ୍ଟେସନ ଭାସି ଯାଇଥିଲା । କୋଠା ଭାସିଯିବା ପୂର୍ବରୁ ଏଥିରେ ଥିବା ସମସ୍ତ ଆସବାବପତ୍ର ଓ ଅସ୍ତ୍ରଶସ୍ତ୍ରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ବିଲ୍ଡିଂ ଭାସିଯିବା ଭିଡିଓ ଏବେ ସୋସିଆଳ ମିଡିଆରେ ଭାଇରାଲ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)