• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରହସ୍ୟମୟ ପୃଥିବୀ । ଏହି ପୃଥିବୀରେ ଅନେକ କିଛି ଜିନିଷ ରହସ୍ୟମୟ ହୋଇରହିଛି । ପୃଥିବୀର ଏମିତି କିଛି ସ୍ଥାନ ରହିଛି ଯାହା ବିଷୟରେ ବୈଜ୍ଞାନିକମାନେ ମଧ୍ୟ କୌଣସି ସନ୍ଧାନ ପାଇପାରିନାହାନ୍ତି । ବର୍ତ୍ତମାନ ସେହିପରି ଏକ କଥା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ଚକିତ କରିଦେବ । ଆସନ୍ତୁ ଜାଣିବା ଏ ସମ୍ପର୍କରେ...

ପୃଥିବୀରେ ଏମିତି ଏକ ଶୂନଶାନ ସ୍ଥାନ ରହିଛି ଯେଉଁ ସ୍ଥାନର ଚତୁଃପାର୍ଶ୍ୱରେ ପ୍ରଶାନ୍ତ ମହାସାଗର ଘେରି ରହିଛି । ଏହି ଜାଗାକୁ ପଏଣ୍ଟ ନିମୋ (Point Nemo) ବୋଲି କୁହାଯାଏ । ସବୁଠାରୁ ବଡ଼ କଥା ହେଉଛି, ଏହି ଜାଗାକୁ ବୈଜ୍ଞାନିକମାନେ ସନ୍ଧାନକରି ଏହାର ଠିକଣା ପାଇଥିଲେ । ହେଲେ ଏଯାଏଁ ବୈଜ୍ଞାନିକମାନେ ମଧ୍ୟ ସେଠାରେ ପହଞ୍ଚିପାରିନାହାନ୍ତି । କାରଣ ଏହି ସ୍ଥାନଟି ସମୁଦ୍ର କୂଳ ଠାରୁ ଅନେକ ଦୂରରେ ରହିଛି ।

ସୂଚନା ଅନୁସାରେ ଏହି ସ୍ଥାନ ସ୍ଥଳଭାଗ ଠାରୁ ପ୍ରାୟ ସମୁଦ୍ରରର ଏକ ହଜାର କିଲୋମିଟର ଦୂରରେ ରହିଛି । ଯାହାଫଳରେ ସେହି ସ୍ଥାନକୁ କୌଣସି ବ୍ୟକ୍ତି ଯିବା ସମ୍ଭବପର ନୁହେଁ । ପୃଥିବୀର ଏହି ରହସ୍ୟମୟ ସ୍ଥାନର ଚାରିପଟେ କେବଳ ସମୁଦ୍ରର ପାଣି ହିଁ ପାଣି । ଏହି ସ୍ଥାନର ଚିତ୍ର ସାଟେଲାଇଟ୍‌ ମଧ୍ୟମରେ ନଜର ଆସିଛି । ଯାହାକୁ ପୃଥିବୀର ସବୁଠୁ ଶୂନଶାନ ସ୍ଥାନ ବୋଲି କୁହାଯାଉଛି ।

ସାଟେଲାଇଟ୍‌ ମାଧ୍ୟମରେ ନଜରକୁ ଆସିଥିବା ଏହି ସ୍ଥାନର ଚିତ୍ର ଅତି ସୁନ୍ଦର ହୋଇଥିବା ଦେଖିବାକୁ ମିଳିଛି । ତାହା ସହ ଏହି ସ୍ଥାନ ସହିତ କିଛି ଛୋଟଛୋଟ ଜାଗା ମଧ୍ୟ ନଜରକୁ ଅସିଛି । ବୈଜ୍ଞାନିକମାନେ ୧୯୯୭ ମସିହାରେ ପଏଣ୍ଟ ନିମୋର ପୂର୍ବ ଦିଗରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ପାଇଥିଲେ । ଯାହା ପ୍ରାୟ ୨୦୦୦ କିଲୋମିଟର ଦୂରତା ଯାଏଁ ଶୁଣାଯାଇଥିଲା ।

ଶୁଣାଯାଇଥିବା ସେହି ଶବ୍ଦକୁ ନେଇ ବୈଜ୍ଞାନିକମାନେ ନିଜର ମତ ପ୍ରକାଶ କରିଥିଲେ । ବୈଜ୍ଞାନିକଙ୍କ କହିବା ଅନୁସାରେ ପଏଣ୍ଟ ନିମୋରେ ଥିବା କିଛି ପଥର ବୋଧହୁଏ ଖସିବା ସହ ଭାଙ୍ଗିଯାଇଥିଲା । ଫଳରେ ସହି ଶବ୍ଦ ଖୁବ୍‌ ଜୋରରେ ହେବା ସହିତ ଅନେକ ଦୂର ଯାଏ ଶୁଣାଯାଇଥିଲା ।