/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701941541.jpg)
Pneumonia Cases
ଦିଲ୍ଲୀ ଏମ୍ସରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନିମୋନିଆରେ ପୀଡ଼ିତ ଅନେକ ଶିଶୁଙ୍କ ରିପୋର୍ଟ ଆସିଥିବା ଜଣା ପଡ଼ିଛି । କିନ୍ତୁ ଏହା ନିକଟରେ ଦେଖା ଦେଇଥିବା ଚାଇନାରେ ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହା ଯାଇଛି । ଏହା ଶିଶୁମାନଙ୍କ ଶ୍ୱାସକ୍ରିୟା ସଂକ୍ରମଣ ବୃଦ୍ଧି ସହିତ ଜଡିତ ନୁହେଁ ବୋଲି ଜଣା ପଡ଼ିଛି । ଏନେଇ ଭାରତ ସରକାରଙ୍କ ତରଫରୁ ମଧ୍ୟ ଏକ ବିବୃତ୍ତି ପ୍ରକାଶ ପାଇଛି ।
ସରକାରଙ୍କ ତରଫରୁ ଏହା ମଧ୍ୟ କୁହା ଯାଇଛି ଯେ, ଏହି ନିମୋନିଆ ବର୍ତ୍ତମାନ ଚାଇନାରେ ଦେଖାଯାଇଥିବା ସଂକ୍ରମଣଠାରୁ ଭିନ୍ନ ଅଟେ । ଏନେଇ ଅପପ୍ରଚାର ରୋକିବାକୁ ସରକାରଙ୍କ ତରଫରୁ ଅନୁରୋଧ କରା ଯାଇଛି । ଏମ୍ସରେ ମିଳିଥିବା ନିମୋନିଆର ଜୀବାଣୁ ସମ୍ପ୍ରତି ଚାଇନାରେ ବଢ଼ୁଥିବା ରୋଗ ସହ ଜଡ଼ିତ ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏହା ସମ୍ପୂର୍ଣ୍ଣ ରୂପେ ବିଭ୍ରାନ୍ତିକର ଓ ଭୁଲ ସୂଚନା ବୋଲି କୁହା ଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ଏମ୍ସରେ ସାତୋଟି ମାମଲା ଚିହ୍ନଟ ହୋଇ ସାରିଛି । କିନ୍ତୁ ଏହି ମାମଲା ଗୁଡ଼ିକର ଚୀନ୍ ସମେତ ବିଶ୍ୱର କେତେକ ସ୍ଥାନରେ ଦେଖା ଯାଇଥିବା ଶ୍ୱାସକ୍ରିୟା ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟ କରି ଦିଆ ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)