Advertisment

କାର୍ଗିଲ ବିଜୟ ଦିବସରେ ପାକିସ୍ତାନକୁ ମୋଦିଙ୍କ କଡା ଚେତାବନୀ; କହିଲେ...

ସବୁ ଆତଙ୍କୀ ଷଡ଼ଯନ୍ତ୍ରରେ ଫେଲ୍ ପାକିସ୍ତାନ, ତଥାପି ନିଜ ଇତିହାସ ଦେଖି କିଛି ବି ଶିଖିପାରିଲାନି। ଆଜି କିଛି ଏଭଳି ଭାବେ ପାକିସ୍ତାନକୁ କଡ଼ା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Sujit kumar Swain
ଅଦ୍ୟତନ ହୋଇଛି
PM Modi Strong Warning To Pakistan

PM Modi warning to Pakistan

କାର୍ଗିଲ ବିଜୟ ଦିବସର ୨୫ବର୍ଷ ପୂର୍ତ୍ତି ପାଳନ ଲଦ୍ଦାଖର ଦ୍ରାସ୍ ସେକ୍ଟରରେ ଆୟୋଜିତ ହୋଇଛି ବିଜୟ ଦିବସର ରଜତ ଜୟନ୍ତୀ। ଦ୍ରାସସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକିରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଜୀବନ ଦେଇଥିବା ବୀର ଅମର ସହିଦ ଯବାନଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି। 

Advertisment

ସବୁ ଆତଙ୍କୀ ଷଡ଼ଯନ୍ତ୍ରରେ ଫେଲ୍ ପାକିସ୍ତାନ, ତଥାପି ନିଜ ଇତିହାସ ଦେଖି କିଛି ବି ଶିଖିପାରିଲାନି। ଆଜି କିଛି ଏଭଳି ଭାବେ ପାକିସ୍ତାନକୁ କଡ଼ା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାକିସ୍ତାନ ଆତଙ୍କୀଙ୍କ ଆକ୍କା, ଲୁଚିଛପି ଭାରତ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ପ୍ରତିଟି ଷଡ଼ଯନ୍ତ୍ରର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା।

ଅଧିକ ପଢନ୍ତୁ : କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଓ କେତେଦିନ ଧରି ଚାଲିଥିଲା, ଜାଣନ୍ତୁ...

Advertisment

କାରଗିଲ୍ ଯୁଦ୍ଧର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ଲଦାଖ ଦ୍ରାସ ଗସ୍ତରେ ଯାଇଛନ୍ତି। ସେଠି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେନାର ଅବଦାନକୁ ଭୁରୀ ଭୁରୀ ପ୍ରଂଶସା କରିଛନ୍ତି। କିଛି ଲୋକେ ଭାବୁଛନ୍ତି ସେନା ରାଜନେତାଙ୍କୁ ସାଲୁଟ୍ କରିବା ପାଇଁ, ପ୍ୟାରେଟ୍‌ରେ ଭାଗ ନେବା ପାଇଁ ରହିଛନ୍ତି କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ୍। ସେନା ହେଉଛି ଭାରତର ୧୪୦ କୋଟି ଦେଶବାସୀଙ୍କ ବିଶ୍ବାସ ଓ ଭରସାର ପ୍ରତୀକ। ଏହାସହ ବିରୋଧୀଙ୍କୁ ଏହି ମଞ୍ଚରୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ପରେ ପ୍ରଧାନମନ୍ତ୍ରୀ ସହିଦଙ୍କ କାରଗିଲ୍ ସହିଦଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି।  


କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଏହି ଯୁଦ୍ଧ ଏବଂ କେତେଦିନ ଧରି ଚାଲିଥିଲା ?  

କାର୍ଗିଲ ଯୁଦ୍ଧ କଣ । କେବେ ହୋଇଥିଲା ଏହି ଯୁଦ୍ଧ ଏବଂ କେତେଦିନ ଧରି ଚାଲିଥିଲା । ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କିଭଳି ଚିହ୍ନଟ କରାଯାଇଥିଲା । ଆଉ ଦେଶ ମାତୃକା ପାଇଁ କିଭଳି ଆମର ବୀର ଯବାନ ସହିଦ ହୋଇଥିଲେ। ପାକିସ୍ତାନ ପଟୁ କଣ ସବୁ କ୍ଷତି ହୋଇଥିଲା। ଜାଣନ୍ତୁ...

ଅଧିକ ପଢନ୍ତୁ : Kargil Vijay Diwas 2024: ଲୁହ ଆଣିଦେବ ଏହି ୫ କାର୍ଗିଲ ସହିଦଙ୍କ ବୀରତ୍ୱର କାହାଣୀ

ସେଦିନ ଥିଲା ୧୯୯୯ ମସିହା ଜୁଲାଇ ୨୬ ତାରିଖ। କାର୍ଗିଲ ଯୁଦ୍ଧର ହେଲା ଅନ୍ତ। କାର୍ଗିଲ ଶୃଙ୍ଗରେ ତ୍ରିରଙ୍ଗା ପୋତି ବିଜୟ ବାନା ଉଡାଇଥିଲା ଭାରତୀୟ ସେନା । ଏହି ଯୁଦ୍ଧରେ ସହିଦ ହୋଇଥିଲେ ଭାରତୀୟ ସେନାର ଅନେକ ବୀର ଯବାନ। ସହିଦ ବୀର ଯବାନଙ୍କ ଦେଶପ୍ରତି ସମର୍ପିତ ମନୋଭାବକୁ ମନେ ପକାଇ ପ୍ରତିବର୍ଷ ପାଳନ ହୋଇଆସୁଛି କାର୍ଗିଲ ବିଜୟ ଦିବସ । 

ଚଳିତବର୍ଷ କାର୍ଗିଲ ବିଜୟର ୨୫ତମ ପୂର୍ତ୍ତି ଉତ୍ସବ ପାଳନ କରୁଛି ସାରା ଭାରତ। ଏଥିପାଇଁ ଦେଶର କୋଣଅନୁକୋଣରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ । ୧୯୯୯ ମେ ୩ ତାରିଖ । କାର୍ଗିଲ ସେକ୍ଟରରେ କିଛି ସନ୍ଦିଗ୍ଧ ବଙ୍କର ନିର୍ମାଣ କରୁଥିବା ନେଇ ଦେଖିଥିଲେ କିଛି ସ୍ଥାନୀୟ ମେଷ ପାଳକ । ଭାରତୀୟ ସେନା ନିକଟରେ ପହଞ୍ଚିଥିଲା ଏହି ଖବର । ପରେ ଜଣାପଡିଥିଲା ଭାରତୀୟ ମାଟିରେ ପାକିସ୍ତାନୀ ସୈନିକ ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ । ପ୍ରଥମେ ମେ ୫ ତାରିଖରେ ସେହି ସ୍ଥାନକୁ ପାଟ୍ରୋଲିଂରେ ଯାଇଥିଲେ ଭାରତୀୟ ସୈନିକ । ହେଲେ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୫ ଭାରତୀୟ ଯବାନ । ଭାରତୀୟ ସେନାର ପାଲଟା ଆକ୍ରମଣରେ ସେପଟୁ ପ୍ରବଳ ଗୁଳିବର୍ଷଣ ହୋଇଥିଲା । ମୋର୍ଟାର ମାଡ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପାକ୍ ସୈନିକଙ୍କ ଆକ୍ରମଣରୁ ସବୁ କିଛି ବୁଝିସାରିଥିଲା ଭାରତୀୟ ସେନା।

ପାକ ସୈନିକ ଦୀର୍ଘଦିନ ଧରି ଦ୍ରାସ, କାର୍ଗିଲ, ଟାଇଗର ହିଲକୁ ଅକ୍ତିଆର କରି ବଙ୍କର ଆଦି ନିର୍ମାଣ କରି ଆଡ୍ଡା ଜମାଇଥିବା ଭାରତୀୟ ସେନା ଜାଣିପାରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଭାରତର ଜବାବୀ କଡ଼ା କାର୍ଯ୍ୟାନୁଷ୍ଠାନ। ଆରମ୍ଭ ହେଲା ଯୁଦ୍ଧ । ପାକିସ୍ତାନ ପକ୍ଷରୁ କବଜା କରାଯାଇଥିବା ଆଗୁଆ ଘାଟିକୁ ଭାରତୀୟ ସେନା ପୁଣି ଥରେ ନିଜ ଦଖଲକୁ ଆଣିଥିଲା । ୨ ମାସରୁ ଅଧିକ ଦିନ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ୫୨୭ ଜଣ ବୀର ଯବାନ ସହିଦ ହେଲେ। ୧୩ଶହରୁ ଅଧିକ ଯବାନ ଆହତ ହେଲେ । 

ସେପଟେ ଭାରତୀୟ ସୈନ୍ୟଙ୍କ ଘନ ଘନ ଆକ୍ରମଣରେ ପାକିସ୍ତାନର ୧୨ଶହରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଭାରତ ପକ୍ଷରୁ କୁହାଗଲା । ହଜାର ହଜାର ପାକ୍ ସୈନିକ ବି ଆହତ ହୋଇଥିଲେ। ଶେଷରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନା ଜୁଲାଇ ମାସରେ ପାକିସ୍ତାନ ମାଟିକୁ ଫେରିଥିଲେ । ଆଉ ଜୁଲାଇ ୨୬ରେ ଯୁଦ୍ଧର ହୋଇଥିଲା ପରିସମାପ୍ତି। ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ଥିବା ଶତ୍ରୁସୈନ୍ୟଙ୍କୁ ପରାସ୍ତ କରି ବିଜୟ ଉଲ୍ଲାସରେ ଉତଫୁଲିତ ହୋଇଥିଲା ସାରା ଦେଶ।

ଅଧିକ ପଢନ୍ତୁ : ଦେଶମାତୃକାର ସୁରକ୍ଷା ପାଇଁ ଶ୍ରେଷ୍ଠ ବଳିଦାନ; କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ ପୁଅ...

PM Modi PM Narendra Modi Kargil Diwas Terrorism In Pakistan
Advertisment
Advertisment