• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଦଳିବ ଶ୍ରମିକଙ୍କ ଆର୍ଥିକ ସ୍ଥିତି ! ଶ୍ରମିକମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ କେନ୍ଦ୍ର ସରକାର ଏକ ଯୋଜନା ଆଣିଛନ୍ତି । ଯାହାଫଳରେ ଶ୍ରମିକମାନେ ବେଶ୍‌ ଉପକୃତ ହୋଇପାରିବେ । ବିଶେଷକରି ଏହି ଯୋଜନା ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କୁ ବେଶ୍‌ ଲାଭଦେବ । ଜୀବନ ଯାକ କଠିନ ପରିଶ୍ରମ କରି ଶ୍ରମିକମାନେ କିଛି ଟଙ୍କା ରୋଜଗାର କରିଥା’ନ୍ତି । ଯେଉଁ ଟଙ୍କାରେ ସେମାନଙ୍କ ଘର ଚଳିଥାଏ ।

ହେଲେ ଅଭାବ ଅନଟନ କାରଣରୁ ସେମାନଙ୍କ ନିକଟରେ ଟଙ୍କା ସଞ୍ଚୟ ହୋଇପାରିନଥାଏ । ଯାହାଫଳେରେ ପରିଣତ ବୟସରେ ଶ୍ରମିକ ମାନଙ୍କ ପରିବାର ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏ ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ଏକ ଯୋଜନା ଆଣିଛନ୍ତି ।

ଯେଉଁ ଯୋଜନାର ନାଁ ହେଉଛି ‘ପିଏମ୍‌ ଶ୍ରମ ୟୋଗୀ ମନଧନ ଯୋଜନା’ । ଏହି ଯୋଜନାରେ ମାସକୁ ମାତ୍ର ଅଳ୍ପ ଟଙ୍କା ବିନିଯୋଗ କରି ଆପଣ ଉପକୃତ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କରେ...

‘ପିଏମ୍‌ ଶ୍ରମ ୟୋଗୀ ମନଧନ ଯୋଜନା’ରେ ବିନିଯୋଗ କରିବାକୁ ହେଲେ ବୟସ ସମୟସୀମା ଧାର୍ଯ୍ୟ କରାଯାଇଛି । ଏଥିରେ ବିନିଯୋଗ କରିବାକୁ ହେଲେ ଉପଭୋକ୍ତାଙ୍କୁ ୧୮ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ । ବିଶେଷକରି ସରକାର ଅସଂଗଠିତ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ଏହି ଯୋଜନା ଆଣିଛନ୍ତି ।

ଯଦି ଜଣେ ଶ୍ରମିକ ୧୮ ବର୍ଷ ବୟସରେ ଏହି ଯୋଜନାରେ ବିନିଯୋଗ କରନ୍ତି । ତେବେ ତାଙ୍କୁ ପ୍ରତି ମାସ ୫୫ ଟଙ୍କା ଦେବାକୁ ପଡ଼ିବ । ଆଉ ଏପରି ଆପଣଙ୍କୁ ୬୦ ବର୍ଷ ଯାଏଁ ଦେବାକୁ ହେବ ।

ଆପଣଙ୍କୁ ୬୦ବର୍ଷ ବୟସ ହେବା ପରେ ଏହି ଯୋଜନା ଅଧୀନରେ ପ୍ରତି ମାସ ୩ ହଜାର ଟଙ୍କା ପେନ୍ସନ୍ ଆକାରରେ ମିଳିବ ।

ଯଦି ଆପଣ ଏହି ଯୋଜନାରେ ନିବେଶ କରିବାକୁ ଚାହାନ୍ତି । ତେବେ ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ, ପରିଚୟ ପତ୍ର, ମୋବାଇଲ୍ ନମ୍ବର, ନିଜ ଆୟ ପ୍ରମାଣପତ୍ର ଭଳି ଡକ୍ୟୁମେଣ୍ଟ୍ ଦେବେ । ଏ ସମ୍ପର୍କରେ ଅଧିକ ଜାଣିବାଇବା ପାଇଁ Pm shram yogi mandhan yojana ୱେବ୍‌ ସାଇଟ୍‌ ପରିଦର୍ଶନ କରିପାରିବେ ।