Advertisment

ଦେଶରେ ପୁଣି ଡରାଇଲାଣି କରୋନା, ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଦେଶରେ ଗତ ୨୪ ଘଣ୍ଟାରେ ୨୪୮୩ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ।

author-image
Satyendu Shekher Mishra
Pm narendra modi jammu and Kashmir visit today

Pm narendra modi jammu and Kashmir visit today

ଦେଶରେ ପୁଣି ବଢୁଥିବା କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ସମୀକ୍ଷା ଲାଗି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ବସିବ । ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଦେଶର କିଛି ରାଜ୍ୟରେ ବିଶେଷ କରି ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇବାରେ ଲାଗିଛି କରୋନା ସଂକ୍ରମଣ ।

Advertisment

ତେବେ କିଭଳି ଏହାକୁ ମୁକାବିଲା କରାଯିବ, ସେନେଇ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଆଜିର ବୈଠକରେ ପରାମର୍ଶ ଦେଇପାରନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ବୈଠକରେ ଯୋଗଦେବା ସହ କିଛି ତଥ୍ୟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଦେଶରେ ଗତ ୨୪ ଘଣ୍ଟାରେ ୨୪୮୩ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ।

ଅନ୍ୟପଟେ କରୋନା ଆତଙ୍କ ଥମିବାର ନାଁ ଧରୁନି । ଏବେ କରୋନାର ଚତୁର୍ଥ ଲହର କିଛି ରାଜ୍ୟରେ ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇଛି । ଯାହାକି ବଡ଼ ଲୋକଙ୍କ ସହ ପିଲାଙ୍କୁ ବେଶ୍‌ ପ୍ରଭାବିତ କରିବାରେ ଲାଗିଛି । କରୋନାର ନୂଆ ଲହରରେ ପିଲାଙ୍କ ଭିତରେ ମୁଖ୍ୟତଃ ଗୋଟାଏ ଲକ୍ଷଣ ଅଧିକ ଦେଖିବାକୁ ମିଳୁଛି । ଯାହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ ।

Advertisment

କରୋନା କାଳରେ ଯଦି ଆପଣଙ୍କ ପିଲାର ଡାଇରିଆ ହେଉଛି ବା ପେଟ‌ ଦରଜ ହେଉଛି ତାହାଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଏହାଛଡ଼ା ପିଲାଙ୍କ ଶରୀରରେ ଆହୁରି ଅନେକ ଗୁଡ଼ାଏ ଲକ୍ଷଣ ଦେଖାଯାଏ । ଜ୍ୱର ହେବା, ତଣ୍ଟି ଦରଜ ଲାଗିବା, ଶୁଖିଲା କାଶ ହେବା, ଥକ୍କା ଲାଗିବା, ନିଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବା, ନାକରୁ ପାଣି ବୋହିବା, ଥଣ୍ଡା ଲାଗିବା, ମୁଣ୍ଡ ବିନ୍ଧା ହେବା, ବାନ୍ତି ଲାଗିବା, ଓ ମାଂସପେଶୀ ଦରଜ ହେବା ଆଦି କରୋନାର ଲକ୍ଷଣ ବୋଲି ସ୍ୱାସ୍ଥ୍ୟ ଗବେଷକମା‌ନେ କହୁଛନ୍ତି ।

ତେବେ ପିଲାଙ୍କ ଶରୀରରେ କରୋନାର ଏସବୁ ଲକ୍ଷଣ ଦେଖାଗଲେ ଆଦୌ ଅଣଦେଖା କରନ୍ତୁ ନାହିଁ । ଏପରିକି ବିଶେଷ ବିବ୍ରତ ହେବାର ମଧ୍ୟ କୌଣସି ଆବଶ୍ୟକତାଦ ନାହିଁ । କାରଣ ଏହା କରୋନାର ଭୟଙ୍କର ଲହର ନୁହେଁ । ମାତ୍ର ସଚେତନତାର ଆବଶ୍ୟକତା ଥିବା ଗବେଷକମାନେ କହିଛନ୍ତି । ଯାହାବି ହେଉ ଦେଶରେ କରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି । କମିବା ପରେ ପୁଣି କରୋନା ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି । ଏବେଠୁ ସତର୍କ ହେବାର ଆବଶ୍ୟକତା ରହିଛି ।

COVID-19 Corona
Advertisment
Advertisment