Advertisment

ଶୁଭାରମ୍ଭ ହେଲା PM ବିଶ୍ୱକର୍ମା ଯୋଜନା;୧୮ କୌଳିକ ବୃତ୍ତିଧାରୀଙ୍କୁ ମିଳିବ କମ୍ ସୁଧରେ ଋଣ

କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

PM Narendra Modi launches Viswakarma Yojana in New Delhi

ପିଢ଼ି ପରେ ପିଢ଼ି ବିଭିନ୍ନ ସୁନ୍ଦର, ସୌଖୀନ ତଥା ଉପଯୋଗୀ ଦେଶୀ ସାମଗ୍ରୀ ପ୍ରସ୍ତୁତ କରିଆସୁଛନ୍ତି ଦେଶର ଅଗଣିତ ପରିବାର । ସେହିଭଳି କୌଳିକ ଶିଳ୍ପୀ ଓ କାରିଗର ବର୍ଗଙ୍କ ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି କେନ୍ଦ୍ରୀୟ ଯୋଜନା 'ପିଏମ୍- ବିଶ୍ୱକର୍ମା’ । ଆଜି ବିଶ୍ୱକର୍ମା ପୂଜା ଅବସରରେ ନୂଆଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ବସନ୍ତ ରଣା ସମ୍ବର୍ଦ୍ଧିତ ହେବା ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି ।

Advertisment

କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଦ୍ୱାରକାରେ ନବନିର୍ମିତ ଯଶୋଭୂମି କନଭେନ୍ସନ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ, ବିଶ୍ୱକର୍ମା ସାଥିଙ୍କୁ ଟ୍ରେନିଂ, ଟେକ୍ନୋଲୋଜି ଓ ଟୁଲ୍ସର ମନ୍ତ୍ର ଦେଇଛନ୍ତି ମୋଦି । କହିଛନ୍ତି ଯେ, ସମସ୍ତ ନିର୍ମାଣକାରୀ ଜଣେ ଜଣେ ବିଶ୍ୱକର୍ମା । ସେମାନଙ୍କୁ ଶ୍ରେୟ ଓ ସମର୍ଥନ ଦେବା ସମୟର ଆହ୍ୱାନ। ଭାରତର ଲୋକାଲ୍ ପ୍ରଡକ୍ଟକୁ ଗ୍ଲୋବାଲ୍ କରିବା କ୍ଷେତ୍ରରେ ଏହି ଯୋଜନାର ବଡ଼ ଭୂମିକା ରହିବ ।

ସୂଚନା ଅନୁସାରେ, ପିଏମ୍ ବିଶ୍ୱକର୍ମା ଯୋଜନାରେ ୧୮ଟି କୌଳିକ ଶିଳ୍ପୀ ଓ କାରିଗର ବର୍ଗ ସାମିଲ ହୋଇଛନ୍ତି । ସେମାନଙ୍କ ପ୍ରୋତ୍ସାହନ ଲାଗି ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏହାଦ୍ୱାରା ୩୦ ଲକ୍ଷ ପରିବାର ଉପକୃତ ହେବେ । ହିତାଧିକାରୀଙ୍କୁ ୫ ପ୍ରତିଶତ ସୁଧ ହାରରେ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା ମିଳିବ । କୌଳିକ ଉପକରଣ ଆଦି କିଣିବାକୁ ମିଳିବ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି । ଏଥିସହ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍, ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ, ମାର୍କେଟିଂ ସହାୟତା ପ୍ରଦାନ ଓ ଡିଜିଟାଲ୍ କାରବାର ପାଇଁ ପ୍ରୋତ୍ସାହନର ବି ବ୍ୟବସ୍ଥା ରହିଛି ।

Advertisment

ଦିଲ୍ଲୀ ମଞ୍ଚରେ ଆଜି ପ୍ରଧାନମନ୍ତ୍ରୀଙ୍କ ହାତରୁ ସମ୍ମାନିତ ହୋଇଛନ୍ତି ଜଣେ ଓଡ଼ିଆ ପୁଅ । ପୁରୀର ଟାହିଆ କାରିଗର ବସନ୍ତ ରଣା । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓ ହାତୀ ବେଶ ଆଦି ସହିତ ଟାହିଆ ପ୍ରସ୍ତୁତ କରିଥାନ୍ତି ବସନ୍ତ । ସେହିପରି ମାଛ ଜାଲ ତିଆରି କରୁଥିବା ତାମିଲନାଡୁର ଜଣେ ବୟସ୍କ କାରିଗର ସମ୍ମାନିତ ହେବା ବେଳେ, ଖୁସିରେ ଗଦଗଦ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା ।

ଏପଟେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପିଏମ୍ ବିଶ୍ୱକର୍ମା ଯୋଜନାର ସିଧାପ୍ରସାରଣ ହୋଇଛି । ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା ଏବଂ ପୁରୀରେ କେନ୍ଦ୍ରମନ୍ତ୍ରୀ ମୁଞ୍ଜାପରା ମହେନ୍ଦ୍ରଭାଇଙ୍କ ସହିତ ସାଂସଦ ଓ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବହୁସଂଖ୍ୟାରେ ସାମିଲ ହୋଇଥିଲେ ସ୍ଥାନୀୟ କୌଳିକ ଶିଳ୍ପୀ ଓ କାରିଗର । ସୂଚନା ଅନୁସାରେ ପିଏମ୍ ବିଶ୍ବକର୍ମା ଯୋଜନାରେ ଓଡ଼ିଶାର ୧ ଲକ୍ଷରୁ ଅଧିକ ଶିଳ୍ପୀ ଓ କାରିଗର ଉପକୃତ ହେବେ ।

PM Narendra Modi New Delhi
Advertisment
Advertisment