Advertisment

ମୋର୍ବି ଟ୍ରାଜେଡିକୁ ସହିପାରିଲେନି, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ଏହି କାର୍ଯ୍ୟକ୍ରମକୁ ଆସିବି କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡିଥିଲି। କିନ୍ତୁ ଆପଣଙ୍କ ଭଲପାଇବା ପାଇଁ ମୁଁ ମୋର ଛାତିକୁ ପଥର କରି ଏଠାକୁ ଆସିଲି।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ଗୁଜରାଟର ମୋର୍ବିରେ ନଦୀଗର୍ଭକୁ ଝୁଲାପୋଲ ଛିଡି ପଡ଼ିବା ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି। ଏହି ଘଟଣାରେ ଏଯାବତ୍ ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୮ ଜଣ ଶିଶୁ। କିଏ ବାପା ହରାଇ କାନ୍ଦୁଛି ତ ଆଉ କାହାର ପରିବାର ହରାଇ ଦେଇଛି। ଅନେକ ସଂସାରକୁ ଉଜାଡ଼ି ଦେଲା ଅଶୁଭ ରବିବାର। ଏମିତିକି ରାଜକୋଟର ସାଂସଦଙ୍କ ୧୨ ଜଣ ପରିବାର ଲୋକ ପ୍ରାଣ ହରାଇଛନ୍ତି। 

Advertisment

ଏଭଳି ଦୁଃଖଦ ଘଟଣାକୁ ସହିନପାରି ଭାବବିହ୍ୱଳ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝୁଲାପୋଲ ଭୁଶୁଡିବା ଘଟଣା ବିଷୟରେ କହି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବନାସକାଣ୍ଠ ଜିଲ୍ଲାର ଥରାଡରେ ଅନେକ ଜଳ ଯୋଗାଣ ପ୍ରକଳ୍ପର ମୂଳଦୁଆ ପକାଇବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିହ୍ୱଳ ହୋଇଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋର୍ବିରେ ଝୁଲାପୋଲ ଭୁଶୁଡ଼ିବା ଘଟଣା ବିଷୟରେ କହି କାନ୍ଦି ପକାଇଥିଲେ।

ଅଧିକ ପଢ଼ନ୍ତୁ: ‘ଆଖି ବନ୍ଦ କଲେ ବି ଦିଶି ଯାଉଛି ସେ ହୃଦୟ ବିଦାରକ ଦୃଶ୍ୟ’

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହି ଦୁଃଖର ସମୟରେ କେନ୍ଦ୍ର ସରକାର ପୀଡିତଙ୍କ ପରିବାର ସହ ଅଛନ୍ତି। ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ଏହି କାର୍ଯ୍ୟକ୍ରମକୁ ଆସିବି କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡିଥିଲି। ଗୋଟିଏ ପଟେ ଯନ୍ତ୍ରଣା-ବିକ୍ଷତ ମନ, ଆର ପଟେ କର୍ତ୍ତବ୍ୟର ପଥ। ଆପଣଙ୍କ ଭଲପାଇବା ପାଇଁ ମୋ ଛାତିକୁ ପଥର କରି ଏଠାକୁ ଆସିଲି। ମୋର୍ବି ଦୁର୍ଘଟଣା ପରେ ମୁଁ ବହୁତ ଭାଙ୍ଗିପଡ଼ିଛି। ମୋ ଜୀବନକାଳରେ ଏଭଳି ଦୁଃଖ କ୍ୱଚିତ୍ ପାଇଥିବି। ଏହି ଘଟଣା ମୋତେ ଦୋହଲାଇ ଦେଇଛି।

Advertisment

ଗୁଜରାଟ ମୋର୍ବିରେ ଘଟିଥିବା ଝୁଲା ପୋଲ ଟ୍ରାଜେଡ଼ି ପରେ ଆଜି ଘଟଣାସ୍ଥଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପ୍ରଚାର ପାଇଁ ତିନିଦିନିଆ ଗୁଜୁରାଟ ଗସ୍ତରେ ଥିବା ମୋଦି ଗତକାଲି ବ୍ରିଜ୍ ଟ୍ରାଜେଡିର ସମୀକ୍ଷା କରିଥିଲେ। ତେବେ ଆଜି ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ। ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଆହତମାନଙ୍କୁ ଭେଟିବେ।

ଏହାପୂର୍ବରୁ ଗତକାଲି ଗାନ୍ଧିନଗର ରାଜଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ଯ୍ୟ କିଭଳି ଚାଲିଛି, ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ସେନେଇ ସମୀକ୍ଷା କରିଥିଲେ। ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ପୁଲିସ ଡିଜି ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରମୁଖ ସାମିଲ ଥିଲେ।

Advertisment

ଅଧିକ ପଢ଼ନ୍ତୁ: ଝୁଲାପୋଲ ଛିଡ଼ି ପ୍ରାଣ ହରାଇଛନ୍ତି ରାଜକୋଟ ବିଜେପି ସାଂସଦଙ୍କ ୧୨ ଜଣ ସମ୍ପର୍କୀୟ

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି।  ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୋର୍ବି ଯିବେ ବୋଲି ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ଛଟ୍ ପୂଜା ପାଇଁ ମାଛୁ ନଦୀରେ ଥିବା ଝୁଲା ପୋଲ ପାର ହେବା ବେଳେ ଘଟିଥିଲା। 

PM Narendra Modi Hanging Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ