• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯୁଦ୍ଧ ବିରତି କରି କୂଟନୀତି ଆଲୋନଚା ଜରିଆରେ ୟୁକ୍ରେନ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲିରେ ଚାଲିଥିବା ଜି-୨୦ ସମ୍ମିଳନୀରେ ମୋଦି କହିଛନ୍ତି, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ସୁରକ୍ଷା ଓ ସଦ୍ଭାବ ପ୍ରତିଷ୍ଠା ପାଇଁ ସାମଗ୍ରିକ ଭାବେ ଉଦ୍ୟମ କରିବାକୁ ପଡ଼ିବ । ଏଥିପାଇଁ ଗଠନମୂଳକ ପଦକ୍ଷେପ ନେବାକୁ ପଡ଼ିବ ।

ମୋଦି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି ସଂକଟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦେଶ । ରାସାୟନିକ ସାରର ମଧ୍ୟ ଅଭାବ ଦେଖାଦେଇଛି । ଏହା ଦ୍ୱାରା ଆଗାମୀ ଦିନରେ ଖାଦ୍ୟ ସଂକଟ ମଧ୍ୟ ଦେଖାଦେଇପାରେ ବୋଲି ଆଶଙ୍କା କରିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ: ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ବାଲିରେ ମୋଦି ! ୪୫ ଘଣ୍ଟାର ରହଣୀ କାଳରେ ୨୦ରୁ ଅଧିକ ମିଟିଂ ସେସନ୍

ଆସନ୍ତାବର୍ଷ ଯେତେବେଳେ ବୁଦ୍ଧ ଓ ଗାନ୍ଧିଙ୍କ ଭୂମି ଭାରତରେ ଜି-୨୦ ସମ୍ମିଳନୀ ହେବ, ସାରା ବିଶ୍ୱକୁ ସେଠାରୁ ଶାନ୍ତିର ବାର୍ତ୍ତା ଦିଆଯିବ ବୋଲି କହିଛନ୍ତି ମୋଦି ।  ଆସନ୍ତା ବର୍ଷ ଭାରତରେ ଜି -୨୦ ବୈଠକ ହେବାକୁ ଥିବାରୁ ଏପରି କହିଛନ୍ତି ମୋଦି । କିଛି ସମୟ ପୂର୍ବରୁ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ଭେଟିଛନ୍ତି ।

ଏଥର ଜି ଟ୍ୱେଣ୍ଟି କାର୍ଯ୍ୟସୂଚୀର ଅଂଶବିଶେଷ ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ପରିବର୍ତ୍ତନ ସମ୍ପର୍କିତ ତିନିଟି କାର୍ଯ୍ୟ ଅଧିବେଶନ ଆୟୋଜିତ ହେବ ।  ଏଥିସହ ବିଶ୍ୱ ଅର୍ଥନୀତି, ପରିବେଶ ସହ ୟୁକ୍ରେନ୍-ରୁଷ ଯୁଦ୍ଧ ଆଦି ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।