• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସପ୍ତଦଶ ଜି-୨୦ ବୈଠକରେ ଯୋଗଦେବା ପାଇଁ ଇଣ୍ଡୋନେସିଆ ବାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi ) ପହଞ୍ଚିଛନ୍ତି । ଆଜି ଭାରତୀୟ ସମୟ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଖାଦ୍ୟ ଓ ଉର୍ଜା ସଂପର୍କିତ ଆଲୋଚନା ଚକ୍ରରେ ଭାଗନେବେ ପ୍ରଧାନମନ୍ତ୍ରୀ । ପରେ ଦିନ ୧୧ରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଭାଗନେବାର ଯୋଜନା ରହିଛି ।

ବାଲିରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ଘଣ୍ଟା ରହଣି କାଳରେ ୧୦ ଜଣ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ । ଇଣ୍ଡୋନେସିଆ ବାଲିରେ ଦୁଇ ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit) । ଏହି ଶିଖର ସମ୍ମିଳନୀରେ ଭାରତ ସମେତ ବିଶ୍ୱର ୨୦ଟି ପ୍ରମୁଖ ଶକ୍ତି ଏକାଠି ହେବେ । ୨୦ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବିଭିନ୍ନ ଆର୍ଥିକ ପ୍ରସଙ୍ଗ ନେଇ ଆଲୋଚନା କରାଯିବ । ଜି ଟ୍ୱେଣ୍ଟି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ମଧ୍ୟ ଯୋଗ ଦେଉଛନ୍ତି ।

ଏଥର ଜି ଟ୍ୱେଣ୍ଟି କାର୍ଯ୍ୟସୂଚୀର ଅଂଶବିଶେଷ ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ପରିବର୍ତ୍ତନ ସମ୍ପର୍କିତ ତିନିଟି କାର୍ଯ୍ୟ ଅଧିବେଶନ ଆୟୋଜିତ ହେବ । ଏଥିସହ ବିଶ୍ୱ ଅର୍ଥନୀତି, ପରିବେଶ ସହ ୟୁକ୍ରେନ୍-ରୁଷ ଯୁଦ୍ଧ ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଜି ଟ୍ୱେଣ୍ଟି ବୈଠକରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଏଥି ସହିତ ସେଠାକାର ଭାରତୀୟ ସମୁଦାୟଙ୍କୁ ଭେଟି ଉଦବୋଧନ ମଧ୍ୟ ଦେବେ ମୋଦି ।

ସେପଟେ ଜି- ୨୦ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ବାଇଡେନ୍ ଓ ଚିନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଛି । ତାଇଓ୍ୱାନ୍ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଛନ୍ତି । ଜି-୨୦ ସମାପନୀ ଅଧିବେଶନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ସାଙ୍କେତିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜି-୨୦ ଅଧ୍ୟକ୍ଷ ଭାର ହସ୍ତାନ୍ତର କରିବେ । ଆସନ୍ତା ଡିସେମ୍ବର ୧ରୁ ଭାରତ ଔପଚାରିକ ଭାବେ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବ ।