Advertisment

ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ; ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ହେବେ ସାମିଲ

୨୦୧୯ରେ ଶେଷ ଥର ରୁଷ ଗସ୍ତରେ ଯାଇଥିଲେ ମୋଦି। ୯ ତାରିଖରେ ମସ୍କୋରୁ ଅଷ୍ଟ୍ରିଆ ଗସ୍ତ କରିବେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି।

author-image
Sonali Ojha
ଅଦ୍ୟତନ ହୋଇଛି
PM Modi Two Day Russia Visit

MODI

ଆଜିଠାରୁ ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ୨୨ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ। ଆଜି ଓ ଆସନ୍ତାକାଲି ଏହି ସମ୍ମିଟ୍ ଅନୁଷ୍ଠିତ ହେଉଛି। ଦୁଇ ଦେଶ ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କର ସମୀକ୍ଷା ସହିତ ପାରସ୍ପରିକ ସ୍ବାର୍ଥ ଓ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା କରିବେ ମୋଦି ଓ ପୁଟିନ। ମସ୍କୋରେ ପ୍ରବସୀ ଭାରତୀୟମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବ ବିନିମୟର କାର୍ଯ୍ୟକ୍ରମ ରହିଛି।

Advertisment

ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ମସ୍କୋ ଗସ୍ତ। ୨୦୧୯ରେ ଶେଷ ଥର ରୁଷ ଗସ୍ତରେ ଯାଇଥିଲେ ମୋଦି। ୯ ତାରିଖରେ ମସ୍କୋରୁ ଅଷ୍ଟ୍ରିଆ ଗସ୍ତ କରିବେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମସ୍କୋ ଗସ୍ତକୁ ନେଇ ରୁଷ ମଧ୍ୟ ଉତ୍ସାହିତ ରହିଛି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଶିଖର ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଇର୍ଷା କରୁଥିବା କହିଛି।

ପଢନ୍ତୁ ଏହି ଖବର: ଦୁଇ ଗୁଣା ହେବ ଆୟୁଷ୍ମାନ ଭାରତ ବୀମା ରାଶି ! ବଜେଟ୍‌ରେ ହୋଇପାରେ ବଡ଼ ଘୋଷଣା

Advertisment

ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯେ ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଉଭୟ ନେତା ପାରସ୍ପରିକ ସ୍ୱାର୍ଥର ସମସାମୟିକ ଆଞ୍ଚଳିକ ତଥା ବିଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ।କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଶନିବାର ରୁଷର ରାଷ୍ଟ୍ରାୟତ୍ତ VGTRK ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ମସ୍କୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ବ୍ୟାପକ ହେବ। ଏହି ଦୁଇ ନେତା ମସ୍କୋରେ ଅନୌପଚାରିକ ଆଲୋଚନା କରିବେ। ସେ କହିଛନ୍ତି ଯେ ଏହା ଏକ ସରକାରୀ ଗସ୍ତ ହେବ ଏବଂ ଏଜେଣ୍ଡା ବ୍ୟାପକ ରହିବ। ରୁଷ-ଭାରତ ସମ୍ପର୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପେସ୍କୋଭ ଆହୁରି ମଧ୍ୟ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶଗୁଡିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷ ଗସ୍ତ ନେଇ ଇର୍ଷାପରାୟଣ ହେଉଛନ୍ତି।

PM Modi PM Narendra Modi
Advertisment
Advertisment