Advertisment

PM Modi To Visit Mahakumbh: ମହାକୁମ୍ଭରେ ସାମିଲ୍ ହେବେ ମୋଦି; ସଙ୍ଗମରେ ପକାଇବେ ଆସ୍ଥାର ବୁଡ଼

ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରୀ ୨୬ ମହାଶିବରାତ୍ରୀ ଯାଏଁ ଚାଲିବ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା।

PM Modi

PM Modi

Advertisment

ଉଠୁଛି ପଡୁଛି ପ୍ରୟାଗରାଜ। ଜନସମୁଦ୍ର ପାଲଟିଛି ତ୍ରିବେଣୀ ସଂଗମ। ମହାକୁମ୍ଭରେ ବୁଡ଼ ପକାଇବାକୁ ନାହିଁ ନଥିବା ଉତ୍ସାହ। ଏହାରି ଭିତରେ ଅନେକ ନେତା, ମନ୍ତ୍ରୀ ଓ ଭିଆଇପି ପ୍ରୟାଗରାଜ ଯାଇ ବୁଡ଼ ପକାଇ ସାରିଲେଣି। ଆଜି ସେହି କ୍ରମରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମହାକୁମ୍ଭ ଯାଇ ସେଠାରେ ବୁଡ଼ ପକାଇବେ। ଦିନ ପ୍ରାୟ ୧୧ଟା ବେଳେ ତ୍ରିବେଣୀ ସଂଗମରେ ମୋଦି ବୁଡ଼ ପକାଇବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ୧୦:୦୫ ରେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚିବେ। ୧୦:୧୦ ରେ ବିମାନବନ୍ଦରରୁ ଡିପିଏସ୍ ହେଲିପ୍ୟାଡରେ ପହଞ୍ଚିବେ, ସେଠାରୁ ୧୦:୪୫ ରେ ଏରିଆଲ ଘାଟରେ ପହଞ୍ଚିବେ। ୧୦:୫୦ରେ ଡଙ୍ଗା ଯୋଗେ ମହାକୁମ୍ଭରେ ପହଞ୍ଚିବେ। ସେଠାରେ ୧୧ଟା ବେଳେ ବୁଡ଼ ପକାଇବେ। ସ୍ନାନ ପରେ ତୁରନ୍ତ, ପ୍ରଧାନମନ୍ତ୍ରୀ ପ୍ରାୟ ୧୧:୪୫ ସମୟରେ ଡଙ୍ଗା ଯୋଗେ ଏରିଆଲ ଘାଟକୁ ଫେରିବେ। ଏରିଆଲ ଘାଟରୁ ସେ ଡିପିଏସ୍ ହେଲିପ୍ୟାଡକୁ ଆସିବେ, ସେଠାରୁ ସେମାନେ ପ୍ରୟାଗରାଜ ବିମାନବନ୍ଦର ଦେଇ ସିଧାସଳଖ ଦିଲ୍ଲୀ ଫେରିଯିବେ। ପ୍ରଧାନମନ୍ତ୍ରୀ ମୋଦି ବାୟୁସେନା ବିମାନ ଯୋଗେ ଅପରାହ୍ନ ୧୨:୩୦ ରେ ପ୍ରୟାଗରାଜରୁ ଫେରିବାର କାର୍ଯ୍ୟକ୍ରମ ରହିଛି।

ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରୀ ୨୬ ମହାଶିବରାତ୍ରୀ ଯାଏଁ ଚାଲିବ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା। ହେଲେ ଶେଷରେ ସେ ବୁଡ଼ ପକାଇବାକୁ ଯିବେ । ଗତ ଡିସେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ଯାଇ ୫,୫୦୦ କୋଟି ଟଙ୍କାର ୧୬୭ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ବଙ୍ଗାଳୀ ‘ବାଇକ ବାବା’ଙ୍କ ଜଲୱା

ମହାକୁମ୍ଭରେ ଅନେକ ନେତା, ମନ୍ତ୍ରୀ, ସେଲିବ୍ରିଟି ଓ ନାମୀଦାମୀ ଲୋକ ବୁଡ଼ ପକାଇ ସାରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏହାଛଡ଼ା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାଙ୍କର କ୍ୟାବିନେଟ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ରାମଦେବ ବାବାଙ୍କଠାରୁ ଆରମ୍ଭ କରି ହେମାମାଳିନୀ ମଧ୍ୟ କୁମ୍ଭରେ ବୁଡ଼ ପକାଇଥିବା ଦେଖିବାକୁ ମିଳିଛି। ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ, ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି, ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ।

ଅଧିକ ପଢ଼ନ୍ତୁ: ପୁଣି ୧୪୪ ବର୍ଷ ପରେ ଆସିବ; ସରିଲା ମହାକୁମ୍ଭରେ ଅମୃତ ସ୍ନାନର ମହାସୁଯୋଗ

Advertisment
PM Modi Prayagraj Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ