• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଲୋକସଭାରେ ଧନ୍ୟବାଦ ଆଲୋଚନା ହେବାକୁ ଥିବା ବେଳେ ସମସ୍ତ ବିଜେପି ସାସଂଦ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି । ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

କେନ୍ଦ୍ର ସରକାରଙ୍କ ସଫଳତା ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ବିସ୍ତୁତ ଭାବେ ସୂଚନା ଦେଇଥିଲେ । ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ରାଷ୍ଟ୍ରପତି ।

ବଜେଟ୍ ଅଧିବେଶନ ପୂର୍ବରୁ ଉଭୟ ଗୃହକୁ ସମ୍ବୋଧନ କରିଥିଲେ ମହାମହିମ ରାଷ୍ଟ୍ରପତି । ମିଳିତ ସଦନକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ନିଜ ବକ୍ତବ୍ୟରେ ଭାରତର ଶ୍ରେଷ୍ଠତା ବଖାଣିଥିଲେ ।

ଏହି ଅବସରରେ ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ ଦେଇଛନ୍ତି । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇ ସାରିଛି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ବୋଲି କହିଥିଲେ ରାଷ୍ଟ୍ରପତି ।

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି । ୩ ତଲାକ୍ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିକୁ ଉଦ୍ଧାର କରି ରାଷ୍ଟ୍ରପତି ଓଡ଼ିଆରେ କହିଥିଲେ.. ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’... ସରକାର ୱାନ୍ ରାଙ୍କ, ୱାନ୍ ପେନସନ୍ ଲାଗୁ କରିବା କଥା ମଧ୍ୟ ଗୃହରେ ଉପସ୍ଥାପନ କରିଥିଲେ ରାଷ୍ଟ୍ରପତି ।