Advertisment

PM Kisan: ଚାଷୀ ଖାତାକୁ ଯିବ PM କିଷାନ ଟଙ୍କା; ଡିବିଟି ଜରିଆରେ ଟଙ୍କା ପଠାଇବେ ମୋଦି

ଚାଷୀଙ୍କ ପାଇଁ ଖୁସି ଖବର। ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା। ବିହାରରୁ ପ୍ରଧାନମନ୍ତ୍ରୀ ମୋଦି ୯.୮ କୋଟି ଚାଷୀଙ୍କ ଖାତାକୁ ପଠାଇବେ ଯୋଜନାର ୧୯ତମ କିସ୍ତି। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ପ୍ରାୟ ୨୨ ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ।

ଅଦ୍ୟତନ ହୋଇଛି
PM KISAN 19th Installment:

PM KISAN 19th Installment:

Advertisment

ଚାଷୀଙ୍କ ପାଇଁ ଖୁସି ଖବର। ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା। ବିହାରରୁ ପ୍ରଧାନମନ୍ତ୍ରୀ ମୋଦି ୯.୮ କୋଟି ଚାଷୀଙ୍କ ଖାତାକୁ ପଠାଇବେ ଯୋଜନାର ୧୯ତମ କିସ୍ତି। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ପ୍ରାୟ ୨୨ ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୩ଟି କିସ୍ତି ଆକାରରେ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଏ। ୧୮ ତମ କିସ୍ତି ଗତ ଅକ୍ଟୋବରରେ ଦିଆଯାଇଥିଲା।

Advertisment

ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି । ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନା । ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୮ଟି କିସ୍ତି ପଠାଯାଇସାରିଲାଣି । ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ୨ହଜାର ଟଙ୍କା ପଠାଯାଏ।

Advertisment

ଯଦି ଜଣେ କୃଷକ ନିଜର ଚାଷ ଜମିକୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରୁନାହାଁନ୍ତି, ଅନ୍ୟ କାମ ପାଇଁ କିମ୍ବା ଅନ୍ୟମାନଙ୍କ ଜାମିରେ ଚାଷ କାର୍ଯ୍ୟ କରନ୍ତି ଏବଂ ସେହି ଜମିଟି ତାଙ୍କର ନୁହେଁ, ଏହିପରି ଚାଷୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଯଦି ଜଣେ କୃଷକ ଚାଷ କରୁଛନ୍ତି, କିନ୍ତୁ ଜମି ତାଙ୍କ ବାପା ପିତା କିମ୍ବା ଜେଜେବାପାଙ୍କ ନାମରେ ଅଛି, ତେବେ ସେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ ।

ଯଦି ଜଣେ ବ୍ୟକ୍ତି ଜମିର ମାଲିକ, କିନ୍ତୁ ସେ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ, ଏବେକାର କିମ୍ବା ପୂର୍ବତନ ସାଂସଦ, ବିଧାୟକ, ମନ୍ତ୍ରୀ ଅଛନ୍ତି ତେବେ କିଷାନ ଯୋଜନା ପାଇଁ ମଧ୍ୟ ଏହିପରି ବ୍ୟକ୍ତି ଅଯୋଗ୍ୟ ବିବେଚିତ ହେବେ। ବୃତ୍ତିଗତ ପଞ୍ଜୀକୃତ ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଅଯୋଗ୍ୟ ତାଲିକାରେ ଆସିଥାନ୍ତି । ଇନକମ୍ ଟ୍ୟାକ୍ସ ଦେଉଥିବା ପରିବାରଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ନାହିଁ।

Advertisment

ଅଧିକ ପଢ଼ନ୍ତୁ : ୨୦୧୭ର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ; ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ !

PM Modi PM KISAN Scheme PM Kisan Yojna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ