Advertisment

PM Modi Meets Delegation: ସର୍ବଦଳୀୟ ଟିମ୍‌ଙ୍କୁ ଭେଟିବେ ମୋଦି; ଆଜି ସନ୍ଧ୍ୟାରେ ଆଲୋଚନା

ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିବା ଓ ପାକିସ୍ତାନର ଆତଙ୍କୀ ଚେହେରା ବିଶ୍ବ ସମୁଦାୟ ସାମ୍ନାରେ ରଖିବା ପାଇଁ ୩୩ଟି ଦେଶ ଗସ୍ତ କରିଥିବା ୭ଟି ପ୍ରତିନିଧି ଦଳଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଭେଟିବେ।

ଅଦ୍ୟତନ ହୋଇଛି
PM Modi to meet all-party global outreach delegations

PM Modi to meet all-party global outreach delegations

Advertisment

କିଛି ଦିନ ତଳେ ବିଦେଶ ଗସ୍ତରୁ ଫେରିଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ମୋଦି। ବିଶ୍ବର ୩୦ରୁ ଅଧିକ ଦେଶକୁ ଯାଇ ଅପରେସନ୍ ସିନ୍ଦୂରର ବାର୍ତ୍ତା ରଖିଥିଲେ ୭ଟି ପ୍ରତିନିଧି ଦଳର ପ୍ରାୟ ୫୦ ସଦସ୍ୟ। ଆଜି ସେମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଆଲୋଚନା ହେବ।

Advertisment

ଅଧିକ ପଢନ୍ତୁ: ‘ଅପରେସନ୍ ସିନ୍ଦୂର’ରେ ମାଟିରେ ମିଶିଥିଲା ପାକିସ୍ତାନର ୬ ଫାଇଟର୍ ଜେଟ୍; ଆସିଲା ବଡ଼ ତଥ୍ୟ

ଆଜି ସନ୍ଧ୍ୟା ୭ଟାରେ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ପ୍ରତିନିଧି ଦଳ ସଦସ୍ୟଙ୍କ ଠାରୁ ଫିଡବ୍ୟାକ୍ ନେବେ ବୋଲି ସୂଚନା ମିଳିଛି। ମୋଦିଙ୍କ ସମ୍ମୁଖରେ ଗସ୍ତ ପରର ପ୍ରତିକ୍ରିୟା ରଖିବେ ବିଭିନ୍ନ ପ୍ରତିନିଧି ଦଳ। ଏହା ପୂର୍ବରୁ ପ୍ରତିନିଧି ଦଳ ସଦସ୍ୟଙ୍କ ସହ ଆଲୋଚନା କରି, ସେମାନଙ୍କୁ ସାବାସୀ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।

Advertisment

ସୂଚନା ଯୋଗ୍ୟ ଯେ, ବୈଜୟନ୍ତ ପଣ୍ଡା, ରବିଶଙ୍କର ପ୍ରସାଦ, ଶଶି ଥରୁର, ସଞ୍ଜୟ ଝା, କାନିମୋଈ, ସୁପ୍ରିୟା ସୁଲେ ଓ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ବରେ ୭ଟି ପ୍ରତିନିଧି ଦଳ ୩୩ଟି ଦେଶକୁ ଗସ୍ତ କରିଥିଲେ। ପ୍ରତି ଦଳରେ ୮ରୁ ୯ ଜଣ ସଦସ୍ୟ ରହିଥିଲେ। ସେଠାରେ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ପାକିସ୍ତାନର ଆତଙ୍କୀ ଚେହେରା ବିଶ୍ବ ସମୁଦାୟ ସାମ୍ନାରେ ରଖିଥିଲେ। ଏହା ସହ ଭାରତର ଅପରେସନ ସିନ୍ଦୂରର ସଫଳତା ବିଷୟରେ ବଖାଣିଥିଲେ।

ପହଲଗାମ ଆତଙ୍କବାଦୀ ହମଲାରେ ୨୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ପରେ ଭାରତୀୟ ସେନା ପକ୍ଷରୁ ୭ ମେରେ ଅପରେସନ ସିନ୍ଦୂର କରାଯାଇ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ କରି ଆକ୍ରମଣ କରିଥିଲା। ଏଥିରେ ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୋଏବା ଓ ହିଜବୁଲ ମୁଜାହିଦିନ ଆତଙ୍କୀ ଗୋଷ୍ଠୀର ୧୦୦ରୁ ଉର୍ଦ୍ଦ୍ବ ଆତଙ୍କୀ ନିପାତ ହୋଇଥିଲେ।

Advertisment

ଅଧିକ ପଢନ୍ତୁ: ଆଲଜେରିଆରେ ପାକିସ୍ତାନର ମୁଖା ଖୋଲିଲା ସର୍ବଦଳୀୟ ଟିମ୍‌

Prime Minister Narendra Modi Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ