Advertisment

ଆଜି ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ମଧ୍ୟ ପୁନର୍ବିକାଶ ହେବାର ଯୋଜନା ରହିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
PM Modi to Launch ₹24,470 Crore Revamp of 508 Railway Stations under Amrit Bharat Scheme

PM Modi to Launch ₹24,470 Crore Revamp of 508 Railway Stations under Amrit Bharat Scheme

ଆଜି ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏହି ସବୁ ଷ୍ଟେସନର ପୁନର୍ବିକାଶ ହେବ । ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଯୋଗେ ମୋଦି ଆଜି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Advertisment

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ମଧ୍ୟ ପୁନର୍ବିକାଶ ହେବାର ଯୋଜନା ରହିଛି । ସେଗୁଡ଼ିକ ହେଲା ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ମେରାମଣ୍ଡଳୀ, ବାଲୁଗାଁ, ଲିଙ୍ଗରାଜ ଟେମ୍ପୁଲ ରୋଡ୍, ତାଳଚେର ରୋଡ୍, ଖୋର୍ଦ୍ଧା ରୋଡ୍, କଣ୍ଟାବାଞ୍ଜି, ବରଗଡ଼ ରୋଡ୍, ହୀରାକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗିର, ହରିଶଙ୍କର ରୋଡ୍, ଭବାନୀପାଟଣା, ଖରିଆର ରୋଡ୍, ଦାମନଯୋଡ଼ି, ବଡ଼ବିଲ, ରାଜଗାଙ୍ଗପୁର, ବାରିପଦା ଓ ଜଳେଶ୍ୱର ।

ଏହି ୨୫ଟି ଷ୍ଟେସନ ପାଇଁ ୫୩୧.୮ କୋଟି ବ୍ୟୟବରାଦ ହୋଇଛି ଏବଂ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ପୁନର୍ବିକାଶ କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ଏହି ପ୍ରକଳ୍ପର ମାଷ୍ଟରପ୍ଲାନିଂ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

Advertisment

ସେପଟେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି ଯେ, ଆଜି ୬ ଅଗଷ୍ଟ ରେଳ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଦିବସ ହେବାକୁ ଯାଉଛି । ଐତିହାସିକ ଅମୃତ ଭାରତ ଷ୍ଟେସନ ସ୍କିମ ଅନ୍ତର୍ଗତ ୨୫ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଷ୍ଟେସନଗୁଡ଼ିକର ପୁନର୍ବିକାଶ ରେଳ ଭିତ୍ତିଭୂମି କ୍ଷେତ୍ରରେ କ୍ରାନ୍ତି ଆଣିବ।

ଏହା ଲୋକଙ୍କ ଜୀବନକୁ ସହଜ କରିବ ଏବଂ ଆରାମ ଓ ସୁବିଧା ବୃଦ୍ଧି କରିବ । ରେଳ ଷ୍ଟେସନ ଗୁଡ଼ିକ ଯେପରି ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥପତି ସହ ଖାପଖାଇବ, ସେଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି ।

PM Modi
Advertisment
Advertisment