Advertisment

ନୂଆ ସଂସଦ ଭବନରେ ଶୋଭା ପାଇବ 'ସେଙ୍ଗୋଲ'

ମେ ୨୮, ଅର୍ଥାତ୍ ଆସନ୍ତା ରବିବାର ନୂଆ ସଂସଦ ଭବନର ଲୋକାର୍ପଣ ଅବସରରେ, ଏହି ସେଙ୍ଗୋଲକୁ ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi to Install Historic Golden Sceptre

PM Modi to install historic golden sceptre

Advertisment

ସେଙ୍ଗୋଲ୍। କିଏ ଏହାକୁ ରାଜଦଣ୍ଡ କହୁଛି, ତ ଆଉ କିଏ କ୍ଷମତା ଓ ନ୍ୟାୟର ପ୍ରତୀକ। ୧୯୪୭ରେ ଭାରତ ସ୍ୱାଧୀନତାର ପ୍ରତୀକ ପାଲଟିଥିବା ଏହି ରାଜକୀୟ ବସ୍ତୁ ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛି କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ପରେ। ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଲୋକାର୍ପଣ ଅବସରରେ ସେଙ୍ଗୋଲକୁ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ଚିରଦିନ ପାଇଁ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Advertisment

ଅଧିକ ପଢ଼ନ୍ତୁ: ନୂଆ ସଂସଦ ଭବନ 'ଲୋକାର୍ପଣ' କେଁ, ସେଣ୍ଟ୍ରାଲ ଭିଷ୍ଟାର ପିଛା ଛାଡ଼ୁନି ରାଜନୈତିକ ବିବାଦ

୧୯୪୭ରେ ସ୍ବାଧୀନତା ପ୍ରାପ୍ତିର ସାକ୍ଷୀ ବନିଥିଲା, ଏବେ ପୁଣି ବନିବ ଆଜାଦୀର ଅମୃତ ମହୋତ୍ସବର ସାକ୍ଷୀ। ସେଦିନ ଦେଖିଥିଲା ଶୃଙ୍ଖଳମୁକ୍ତ ଏକ ନବଜାତ ସ୍ୱାଧୀନ ଦେଶକୁ, ଆଉ ଏବେ ଦେଖିବ ବିଶ୍ୱଶକ୍ତି ପଥେ ଆଗେଇ ଚାଲିଥିବା ନବଭାରତର ଛବି। ସାଢ଼େ ୭ ଦଶନ୍ଧି ପରେ ପୁଣି ଚର୍ଚ୍ଚାରେ ସେଙ୍ଗୋଲ୍। ବ୍ରିଟିଶ ହୁକୁମତ ଠାରୁ ଭାରତୀୟଙ୍କ କ୍ଷମତା ଆହରଣର ଏହି ଐତିହାସିକ ସ୍ମାରକ, ଏଣିକି ଶୋଭା ପାଇବ ନବନିର୍ମିତ ସଂସଦ ଭବନରେ।

Advertisment

ମେ ୨୮, ଅର୍ଥାତ୍ ଆସନ୍ତା ରବିବାର ନୂଆ ସଂସଦ ଭବନର ଲୋକାର୍ପଣ ଅବସରରେ, ଏହି ସେଙ୍ଗୋଲକୁ ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ଏହା ଆହ୍ଲାବାଦ ସଂଗ୍ରହାଳୟରେ ଥିବା ବେଳେ, ରବିବାର ଦିନ ତାମିଲନାଡ଼ୁରୁ ଆସିଥିବା ଅଧୀନମ୍ ମୋଦିଙ୍କୁ ଏହି ରାଜଦଣ୍ଡ ହସ୍ତାନ୍ତର କରିବେ। ନୂଆ ସଂସଦଭବନକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବା ସହିତ ଏହି ରାଜଦଣ୍ଡକୁ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

ଏସଂପର୍କରେ ସୂଚନା ଦେଇ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ସେଙ୍ଗୋଲ୍ ସ୍ଥାପନା ପାଇଁ ସଂସଦ ଭବନଠୁ ଅଧିକ ଉପଯୁକ୍ତ ଓ ପବିତ୍ର ସ୍ଥାନ ନାହିଁ। ୫ ଫୁଟ୍ ଲମ୍ବ, ରୂପାରେ ନିର୍ମିତ, ତା ଉପରେ ସୁନାର ଛାଉଣୀ। ଶୀର୍ଷରେ ଶୋଭିତ ନନ୍ଦି- ଶକ୍ତି, ସାମର୍ଥ୍ୟ ଓ ସତ୍ୟର ପ୍ରତୀକ। ତଳେ ତାମିଲ ଭାଷାରେ ଲେଖାଯାଇଛି- ଏହା ମୋର ଆଦେଶ ଯେ ଈଶ୍ବରଙ୍କ ଅନୁଗାମୀ ରାଜା ସ୍ବର୍ଗ ସମାନ ଶାସନ କରିବେ।

Advertisment

ସେଙ୍ଗୋଲ... କିଏ କହେ ସଂସ୍କୃତ ଶବ୍ଦ ସଙ୍କୁ ବା ଶଙ୍ଖରୁ ଏହାର ଉତ୍ପତ୍ତି, ତ କିଏ କହେ ଏହା ତାମିଲ ଶବ୍ଦ ସେମ୍ମାଇରୁ ଉତ୍ପନ୍ନ, ଯାହାର ଅର୍ଥ ଧର୍ମ ଓ ନ୍ୟାୟ । ତେବେ ଏହି ଶବ୍ଦ ଯେଉଁଠୁ ଆସିଥାଉ ନା କାହିଁକି, ସେଙ୍ଗୋଲ ଭାରତ ଇତିହାସର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଚୋଳ ସାମ୍ରାଜ୍ୟରେ ରାଜ୍ୟ ବା ଶାସନ ହସ୍ତାନ୍ତର ବେଳେ ଏହାକୁ ପ୍ରତୀକ ଭାବେ ନୂଆ ରାଜାଙ୍କୁ ପ୍ରଦାନ କରାଯାଉଥିଲା।

ତେବେ କେବଳ ପ୍ରାଚୀନ ଭାରତୀୟ ଭୂଖଣ୍ଡ ନୁହେଁ । ୧୯୪୭ ମସିହା ଅଗଷ୍ଟ ୧୪ ରାତି ୧୦ଟା ୪୫ ବେଳର ଏକ ଫଟୋ, ଯେଉଁଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ହାତରେ ଅଛି ଐତିହାସିକ ସେଙ୍ଗୋଲ । ବ୍ରିଟିଶ ସରକାରଙ୍କ ଠାରୁ କ୍ଷମତା ହସ୍ତାନ୍ତର ବେଳେ ଏହି ଅଭିମନ୍ତ୍ରିତ ରାଜଦଣ୍ଡକୁ ନେହରୁଙ୍କୁ ପ୍ରଦାନ କରିଥିଲେ ତାମିଲନାଡ଼ୁରୁ ଆସିଥିବା ଅଧିନମ୍। ଶେଷ ଭାଇସରୟ ଲର୍ଡ ମାଉଣ୍ଟ ବ୍ୟାଟେନଙ୍କ ଅନୁରୋଧ କ୍ରମେ ନେହରୁ ଏଭଳି ଏକ ରାଜକୀୟ ବସ୍ତୁର ନିର୍ମାଣ ପାଇଁ ସ୍ୱାଧୀନତା ସଂଗ୍ରାମୀ ରାଜଗୋପାଳଚାରୀଙ୍କ ପରାମର୍ଶ ଲୋଡ଼ିଥିଲେ । 

ଅଧିକ ପଢ଼ନ୍ତୁ: ନୂତନ ସଂସଦ ଭବନରେ ଶୋଭା ପାଇବ ବ୍ରୋଞ୍ଜର ଅଶୋକ ସ୍ତମ୍ଭ

ଶେଷରେ ତାମିଲନାଡ଼ୁ ତଞ୍ଜୋର ଜିଲ୍ଲାର ଧାର୍ମିକ ମଠ ଥିରୁବବଦୁଥୁରାଇ ଅଧୀନମ୍ ଏହାର ନିର୍ମାଣ ଦାୟିତ୍ବ ନେଇଥିଲେ । ଚେନ୍ନାଇର ଜଣାଶୁଣା ଜହୁରୀ ବୁମିଦି ବଙ୍ଗାରୁ ଚେଟ୍ଟି ଏହାକୁ ତିଆରି କରିଥିଲେ। ସେତେବେଳେ ଏହାର ମୂଲ୍ୟ ୧୫ହଜାର ଟଙ୍କା ଥିଲା ବୋଲି ଚର୍ଚ୍ଚା ହୁଏ। ସଙ୍ଗୋଲ ନିର୍ମାଣରେ ସେତେବେଳେ ସାମିଲ ହୋଇଥିବା ଜହୁରୀ ପରିବାରର ସଦସ୍ୟ ୯୬ ବର୍ଷୀୟ ବୁମିଦି ଏଥିରାଜୁଲୁ ଏବେବି ଜୀବିତ।

୧୯୪୭ର ଏହି ମହାର୍ଘ ମୁହୂର୍ତ୍ତ ପରେ ଦେଶବାସୀଙ୍କ ମନରୁ ଏକପ୍ରକାର ଲୁପ୍ତପ୍ରାୟ ସେଙ୍ଗୋଲ୍ ପୁଣି ଲୋକଲୋଚନକୁ ଆସିବ ଆଉ ୪ ଦିନ ପରେ।ଏହା ଆଜାଦୀର ଅମୃତ ମହୋତ୍ସବରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଟୁଇଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। 

New Parliament Building PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ