• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଛାତ ଉପରେ ନ୍ୟାସନାଲ ଏମ୍ବଲେମ୍‌କୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭର ଏହି କଳାକୃତି ନୂତନ ସଂସଦ ଭବନର ମୁଖ୍ୟ ଲବିର କେନ୍ଦ୍ର ସ୍ଥଳରେ ଅର୍ଥାତ ଛାତ ଉପରେ ଶୋଭା ପାଇବ ।

ବ୍ରୋଞ୍ଜରେ ର୍ନିମିତ ଏହି ଏହି ପ୍ରତୀକର  ଓଜନ ୯ ହଜାର ୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ୬ ଦଶମିକ ୫ ମିଟର । ଏହି ପ୍ରତୀକକୁ ସପୋର୍ଟ ପାଇଁ ଷ୍ଟିଲର ଏକ ଢାଞ୍ଚା ମଧ୍ୟ ନିର୍ମାଣ କରାଯାଇଛି । ଯାହାର ଓଜନ ପ୍ରାୟ  ୬ ହଜାର ୫୦୦ କିଲୋଗ୍ରାମ । ମାଟିର ଢଳେଇଠାରୁ ଆରମ୍ଭ କରି ଏହାର କମ୍ପ୍ୟୁଟର ଗ୍ରାଫିକ୍ସ ଏବଂ ବ୍ରୋଞ୍ଜ କାଷ୍ଟିଂ ଯାଏଁ ୮ଟି ପର୍ଯ୍ୟାୟ ଦେଇ ହୋଇଛି ।

ଏହି ଜାତୀୟ ପ୍ରତୀକର ନିର୍ମାଣ କାର୍ଯ୍ୟ ଏହି ପ୍ରତୀକକୁ ଉନ୍ମୋଚନ କରିବାପରେ ଏହାକୁ ନିର୍ମାଣ କରିଥିବା ଶିଳ୍ପୀ ଏବଂ କାରିଗରଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ମୋଦି । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now