Advertisment

ଗୁଜରାଟରେ ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସ

ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ । ୩୫ ଏକରରେ ନିର୍ମିତ, ୪ହଜାର ୭ଶହରୁ ଅଧିକ ଅଫିସ୍ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Narendra Modi

Narendra Modi

ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସର ଆଜି ଉଦଘାଟନ । ଗୁଜରାଟର ସୁରତରେ ଆଜି ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁରତ ଡାଇମଣ୍ଡ ବୁର୍ସ ହେବ ବିଶ୍ୱର ବୃହତ୍ତମ ହୀରା ବ୍ୟବସାୟ ପେଣ୍ଠସ୍ଥଳ। ଏହାକୁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ ବୋଲି କୁହାଯାଉଛି।

Advertisment

ସାଢ଼େ ୩୫ ଏକର ଜାଗାରେ ନିର୍ମିତ ଏହି ହୀରା ବଜାରରେ ୪ହଜାର ୭ଶହରୁ ଅଧିକ ଅଫିସ୍ ରହିଛି । ଏଠାରେ ୬୭ ହଜାର ଲୋକ କାମ କରିପାରିବେ। ଦେଢ଼ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତ ମିଳିବ। ଏହି ୧୬ ମହଲା କୋଠାରେ ୧୩୧ଟି ଲିଫ୍ଟ ସହ କ୍ଲବ୍, କନଫରେନ୍ସ ହଲ, ହେଲ୍ଥ କ୍ଲବ୍, ରେଷ୍ଟୁରାଁ ଓ ବେଙ୍କ୍ୱେଟ୍ ହଲ୍ ଆଦି ଅତ୍ୟାଧୁନିକ ସୁବିଧା ରହିଛି। ପଞ୍ଚତତ୍ୱ ଥିମରେ ନିର୍ମିତ ଏହି ବିଶାଳ କୋଠାର ନିର୍ମାଣ ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ସୁରତରେ ପ୍ରତିବର୍ଷ ୨ ଲକ୍ଷ କୋଟି ଟଙ୍କାର ହୀରା ବ୍ୟବସାୟ ହୋଇଥାଏ। ଏହି ନୂଆ ହୀରା ବଜାର ଉଦଘାଟିତ ହେଲେ, ସୁରତରେ ହୀରା ବ୍ୟବସାୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Advertisment

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ବିଲଡିଂର ଉଦଘାଟନ କରିବେ। ୧୨ଶହ ଘରୋଇ ଯାତ୍ରୀ ଓ ୬ ଶହ ଆନ୍ତର୍ଜାତିକ ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଛି। ପରେ ଏହାକୁ ୩ ହଜାର କ୍ଷମତା ବିଶିଷ୍ଟ କରାଯିବ। ଫଳରେ ଏହାର ଯାତ୍ରୀ ଆଗମନ ସାମର୍ଥ୍ୟ ବାର୍ଷିକ ୫୫ଲକ୍ଷ ଛୁଇଁବାର ଅନୁମାନ କରାଯାଉଛି।

ପୁରୁଣା ଟର୍ମିନାଲ ବିଲଡିଂର ସମ୍ପ୍ରସାରଣ କରି ଏହାକୁ ନିର୍ମାଣ କରାଯାଇଛି । ଏଠାକୁ ଆସୁଥିବା ଲୋକେ କିଭଳି ଭାବେ ଗୁଜରାଟ ସୁରତର ସଂସ୍କୃତି ଏବଂ ପରଂପରା ବିଷୟରେ ଜାଣିବେ ସେଥିଲାଗି ପ୍ରବେଶ ଦ୍ୱାରକୁ ସ୍ଥାନୀୟ ସଂସ୍କୃତି ଆଧାରରେ ଡିଜାଇନ୍ କରାଯାଇଛି। ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

Narendra Modi Gujarat Surat
Advertisment
Advertisment