CCS Meet
ପହଲଗାମ୍ ବଦଲା ପ୍ଲାନ ତୟାର । କେବଳ ଆକ୍ସନକୁ ସାରା ଦେଶର ଅପେକ୍ଷା । ଏନେଇ ଆସନ୍ତାକାଲି କିଛି ବଡ଼ ନିର୍ଣ୍ଣୟ ଆସିପାରେ । କାଲି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ (CCS) ବୈଠକ ବସିବ । ତା'ପୂର୍ବରୁ ଆଜି ବସିଛି କେନ୍ଦ୍ର ଗୃହ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ । ଏଥିରେ ଗୃହ ସଚିବ ଗୋବିନ୍ଦ ମୋହନ, ବିଏସଏଫ୍ ମହାନିର୍ଦ୍ଦେଶକ, ଆସାମ୍ ରାଇଫଲ୍ସ ଓ ଏନଏସଜି, ସିଆରପିଏଫ୍, ଏସଏସବି ଓ CISFର ବରିଷ୍ଠ ଅଧିକାରୀ ଉପସ୍ଥିତି ଅଛନ୍ତି ।
ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ରାଷ୍ଟ୍ରୀୟ ସୁରକ୍ଷା ଉପରେ ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟି ଅଟେ । ପହଲଗାମ୍ ହମ୍ଲା ପରେ ଆସନ୍ତାକାଲି ଦିନ ୧୧ଟାରେ ଦ୍ୱିତୀୟ ଥର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ବୈଠକ ବସୁଛି । ଏଥିରେ ସୁରକ୍ଷା ପ୍ରସ୍ତୁତି ଉପରେ ଚର୍ଚ୍ଚା ହେବା ସହ ପାକିସ୍ତାନ ବିରୋଧରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ: ଜମ୍ମୁକାଶ୍ମୀରକୁ ମିଳିବନି ରାଜ୍ୟ ମାନ୍ୟତା !
ଏହା ପୂର୍ବରୁ ପ୍ରଥମ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ନିଆଯାଇଥିଲା ୫ ବଡ଼ ନିଷ୍ପତ୍ତି । ସିନ୍ଧୁ ନଦୀ ଚୁକ୍ତି ବାତିଲ, ପାକିସ୍ତାନୀଙ୍କ ଭିସା ରଦ୍ଦ, ଓ୍ୱାଘା-ଅଟାରୀ ବର୍ଡର ବନ୍ଦ ଏବଂ ଉଚ୍ଚାୟୁକ୍ତରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇଛି ।
ସିସିଏସ୍ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ମଧ୍ୟ ବସିବ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ । ଏହାପରେ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିବାର ସୂଚନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/CCS_Meet_1745930916.jpg)