• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ହେବ । ଏହି ଉତ୍ସବରେ ନିଜେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ସମ୍ମତି ଜଣାଇଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ୪ ହଜାର ସାଧୁସନ୍ଥ ଓ ୨୫ ଶହ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିବେ । ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ୧୦ ଦିନ ଧରି ଚାଲିବ ।

ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ । ଭବ୍ୟ ରାମ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ୨୨ ଜାନୁଆରୀ ୨୦୨୪ । ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି ଏହି ତାରିଖ। ଏହି ଦିନ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ଓ ଦିବ୍ୟ ମନ୍ଦିରରେ ହେବ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ମନ୍ଦିରର ଉଦଘାଟନ କରିବେ । ୨୨ ତାରିଖ ଦିନ ୧୨ଟା ୩୦ରେ ଉଦଘାଟନ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ ଓ ଅନ୍ୟ କର୍ମକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କୁ ନିମନ୍ତ୍ରଣପତ୍ର ଦେଇଥିବା ବେଳେ ସମ୍ମତି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟର ଫଟୋକୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେୟାର କରିଛନ୍ତି ମୋଦି । ଜୟ ସିୟାରାମ ଲେଖିବା ସହ ଏହି ଦିନକୁ ସେ ଅତ୍ୟନ୍ତ ଭାବପୂର୍ଣ୍ଣ ଦିନ ବୋଲି ବର୍ଣ୍ଣନା କରିଛନ୍ତି । ଏଭଳି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ତାଙ୍କର ସୌଭାଗ୍ୟ ଓ ଏଥିପାଇଁ ସେ ନିଜକୁ ଧନ୍ୟ ମନେ କରୁଥିବା ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଉଦଘାଟନୀ ଉତ୍ସବକୁ ୨୫ ହଜାର ହିନ୍ଦୁ ସାଧୁ ସନ୍ଥଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ପୂଜାର୍ଚ୍ଚନା ଆରମ୍ଭ ହେବ ମକର ସଂକ୍ରାନ୍ତିରୁ ଏବଂ ଲଗାତର ୧୦ ଦିନ ଧରି ଚାଲିବ । ବର୍ତ୍ତମାନ ମନ୍ଦିରର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ଡିସେମ୍ବର ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖିଛି ଟ୍ରଷ୍ଟ । ୨୦୨୦ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ ।