PM Modi
ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଆଜି ରାତି ୮ଟାରେ ପ୍ରଥମ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଅପରେସନ ସିନ୍ଦୂର ସମ୍ପର୍କରେ କିଛି ସୂଚନା ଦେଇପାରନ୍ତି । ମୋଦିଙ୍କ ସମ୍ବୋଧନ ଉପରେ ସାରା ଦେଶଚର ନଜର ରହିଛି । କିଛି ସମୟ ପୂର୍ବରୁ ମୋଦି ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିଥିଲେ ।
ଅଧିକ ପଢ଼ନ୍ତୁ: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ସୀମାରେ ଡ୍ରୋନ୍, ଗୁଳିବର୍ଷଣ କଲା
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଡିଫେନ୍ସ ଷ୍ଟାଫ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଏବଂ ତିନି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଆଡମିରାଲ ଦିନେଶ କେ ତ୍ରିପାଠୀ, ଏୟାର ଚିଫ ମାର୍ଶାଲ ଅମର ପ୍ରୀତ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି, ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା ଏବଂ ର’ ମୁଖ୍ୟ ରବି ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ । ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ବନ୍ଦ କରିବା ପାଇଁ ରାଜି ହେବାର ଦୁଇ ଦିନ ପରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ସୂଚନାଯୋଗ୍ୟ, ଗତ ମେ ୭ ତାରିଖ ରାତି ୧ଟା ୪୪ ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ଭାରତ ସରକାର ଆରମ୍ଭ କରିଥିଲେ ଅପରେସନ ସିନ୍ଦୂର । ଏଥିରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ୧୦୦ ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1747049477.jpg)