Advertisment

PM Narendra Modi: ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ଆମେରିକା ମଧ୍ୟରେ ସକରାତ୍ମକ ରଣନୈତିକ ସହଭାଗିତା ରହିଥିବା କହିଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Narendra Modi

Narendra Modi

ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆସିବା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଭାରତ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରଶଂସା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ବୟାନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପ୍ରତିକ୍ରିୟାରେ କହିଛନ୍ତି, ଭାରତ ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି। ଭାରତ ଓ ଆମେରିକା ମଧ୍ୟରେ ସକରାତ୍ମକ ରଣନୈତିକ ସହଭାଗିତା ରହିଛି। ଉଭୟ ରାଷ୍ଟ୍ର ଆନ୍ତର୍ଜାତୀୟ ସ୍ତରରେ କାମ କରିବାକୁ ଆଗ୍ରହୀ।

Advertisment

ଦୁଇ ନେତାଙ୍କ ମଧ୍ୟରେ ସକାରାତ୍ମକ ଆଦାନପ୍ରଦାନ ସୂଚାଇ ଦେଉଛି ଯେ ଟ୍ରମ୍ପ ଏବଂ ତାଙ୍କ ଅଧିକାରୀଙ୍କ ଦ୍ୱାରା ଭାରତ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେବା ପରେ ବି ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ପୁନଃସ୍ଥାପନର ସମ୍ଭାବନା ରହିଛି।

ଭାରତ ଉପରେ ଟାରିଫ ବର୍ଷା ଓ ସମ୍ପର୍କ ତିକ୍ତତା ହେବା ପରେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଟ୍ରମ୍ପ କହିଥିଲେ, "ମୋଦିଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଅଛି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ। ସେ କିଛି ମାସ ପୂର୍ବରୁ ଏଠାକୁ ଆସିଥିଲେ। ଭାରତ ଏବଂ ଆମେରିକା ମଧ୍ୟରେ ଅତି ସ୍ବତନ୍ତ୍ର ସମ୍ପର୍କ ରହିଛି। ସମ୍ପର୍କ ମଧ୍ୟରେ ମତଭେଦ ଥାଏ। ବେଳେବେଳେ ମତଭେଦ ସତ୍ତ୍ୱେ ମୁଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ବନ୍ଧୁ ରହିବୁ। ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବନ୍ଧୁ ରହିବି। କିନ୍ତୁ ଏହି ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ସେ ଯାହା କରୁଛନ୍ତି ତାହା ମୋତେ ପସନ୍ଦ ନୁହେଁ। କିନ୍ତୁ ଭାରତ ଏବଂ ଆମେରିକାର ଏକ ଅତ୍ୟନ୍ତ ବିଶେଷ ସମ୍ପର୍କ ଅଛି। ଚିନ୍ତା କରିବାର କିଛି ନାହିଁ।”

Advertisment

ତେବେ ରୁଷଠାରୁ ଅଶୋଧିତ ତେଲ କିଣୁଥିବାରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବା ସତ୍ତ୍ୱେ ଭାରତ ଏପର୍ଯ୍ୟନ୍ତ ସିଧାସଳଖ ଆମେରିକାକୁ ବିରୋଧ କରିବା କିମ୍ବା ଟ୍ରମ୍ପଙ୍କୁ ସମାଲୋଚନା କରିବାରୁ ନିବୃତ୍ତ ରହିଛି।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଭାରତ ଏବଂ ରୁଷିଆର ଚୀନ୍ ସହିତ ବଢୁଥିବା ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରତିକ୍ରିୟା ଦେଇଥିଲେ। ଯେଉଁଥିରେ ସେ ଲେଖିଥିଲେ, " ଆମେ ଭାରତ ଏବଂ ରୁଷିଆକୁ ଗଭୀର, ଅନ୍ଧକାର ଚୀନ ହାତରେ ହରାଇ ଦେଇଛୁ। ମୁଁ ସେମାନଙ୍କୁ ଏକ ଦୀର୍ଘ ଓ ସମୃଦ୍ଧ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି।" ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ତିନି ନେତାଙ୍କୁ ଏକାଠି ଦେଖାଯିବାର କିଛି ଦିନ ପରେ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଥିଲେ।

ଅଧିକ ପଢନ୍ତୁ: ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ସ୍ବତନ୍ତ୍ର: ଟ୍ରମ୍ପଙ୍କ ବଡ ବୟାନ

Prime Minister Narendra Modi India USA US President Donald Trump
Advertisment
Advertisment