Advertisment

ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ନିଜ ଗାଡ଼ି ଅଟକାଇଲେ ପ୍ରଧାନମନ୍ତ୍ରୀ

ନିଜର ମହାନତାକୁ ନେଇ ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏଇ ଗସ୍ତ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଗସ୍ତ ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନିଜ ଗାଡିକୁ ଅଟକାଇ ଦେଇଥିଲେ।

author-image
Minati Mishra
ଅଦ୍ୟତନ ହୋଇଛି
PM Narendra Modi

pm stopped the convoy for ambulance

ନିଜର ମହାନତାକୁ ନେଇ ପୁଣି ଚର୍ଚ୍ଚାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏଇ ଗସ୍ତ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଗସ୍ତ ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନିଜ କାରକେଡ୍‌କୁ ମଝି ରାସ୍ତାରେ ଅଟକାଇ ଦେଇଥିବା ଦେଖିବାକୁ ମିଳିଛି।

Advertisment

ଅହମ୍ମଦାବାଦ ଗାନ୍ଧୀନଗର ରାସ୍ତାରେ ପ୍ରଧାନମନ୍ତ୍ରୀ ଯାଉଥିବା ସମୟରେ ପଛପଟୁ ଆସୁଥିଲା ଏକ ଆମ୍ବୁଲାନ୍ସ।  ଦ୍ରୁତ ଗତିରେ ଆସୁଥିବା ଆମ୍ବୁଲାନ୍ସଟି ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଦେଖି ଅଟକି ଯାଇଥିଲା। ହେଲେ ମୋଦି ନିଜ ଗାଡି ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା  ଛାଡ଼ି ଦେଇଥିଲେ । କିଛି ସମୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗାଡି ରାସ୍ତା ଉପରେ ଅଟକି ରହିଥିବା ଭିଡିଓରେ ଦେଖିବାକୁ ମିଳିଛି। ପୁଣି ଦେଖିବାକୁ ମିଳିଛି, ଆମ୍ବୁଲାନ୍ସଟି ଯିବା ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଗଡିବା ଆରମ୍ଭ କରୁଛି।

୨ ଦିନିଆ ଗୁଜରାଟ ଗସ୍ତ ଅବସରରେ ଯାଇ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ ଚଲାଉଥିବା ମହିଳା ଓ ମହିଳା ଗବେଷକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଜି ସକାଳେ ଗାନ୍ଧୀନଗର କ୍ୟାପିଟାଲ ରେଲୱେ ଷ୍ଟେସନରେ ଗାନ୍ଧିନଗର ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଗାନ୍ଧୀନଗରରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ମୋଦିଙ୍କ ସହ ରେଳ କର୍ମଚାରୀ, ମହିଳା ଉଦ୍ୟୋଗୀ, ଯୁବ ଉଦ୍ୟୋଗୀ ତଥା ଭିନ୍ନ ଭିନ୍ନ କ୍ଷେତ୍ରର ଲୋକେ ତାଙ୍କର ଯାତ୍ରା ସହଯୋଗୀ ଥିଲେ। ଏହା ବ୍ୟତୀତ ସେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବନ୍ଦେ ଭାରତ ଟ୍ରେନକୁ ବିମାନର ବିକଳ୍ପ ବୋଲି ବର୍ଣ୍ଣନା କରିବା ସହ ଏହା ଲୋକଙ୍କ ଯାତ୍ରାକୁ ସହଜ କରିବ ବୋଲି କହିଛନ୍ତି । 

Advertisment
PM Modi Ambulance
Advertisment
Advertisment