Advertisment

ଚାଷୀଙ୍କ ପାଇଁ ମୋଦିଙ୍କ ପ୍ରଥମ ଦସ୍ତଖତ, PM କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା

ତୃତୀୟ ପାଳିର ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ ନିଧିର ୧୭ ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମାରେ ମୋଦି ଦସ୍ତଖତ କରିଛନ୍ତି ।

ଅଦ୍ୟତନ ହୋଇଛି
Modi signs file on Kisan Welfare

Narendra Modi

Advertisment

ଆରମ୍ଭ ହେଲା ମୋଦି 3.O । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା କ୍ୟାବିନେଟ୍‌ ସହ ଲଗାତାର ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରାୟ ୧୬ ଘଣ୍ଟା ପରେ ଆଜି ଅଫିସ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି ମୋଦି । ମୋଦି ସାଉଥ ବ୍ଲକରେ ଥିବା କାର୍ଯ୍ୟାଳୟରେ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ତୃତୀୟ ପାଳିର ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ ନିଧିର ୧୭ ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମାରେ ମୋଦି ଦସ୍ତଖତ କରିଛନ୍ତି । ୯.୩ କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ ହଜାର କୋଟି ଟଙ୍କା । ଚାଷୀଙ୍କ କଲ୍ୟାଣରୁ ଆରମ୍ଭ ହୋଇଛି ମୋଦିଙ୍କ ତୃତୀୟ ପାଳି ।

Advertisment

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ । ତେଣୁ ଏହା ଯୁକ୍ତିଯୁକ୍ତ ଥିଲା ଯେ ଦସ୍ତଖତ ହେବାକୁ ଥିବା ପ୍ରଥମ ଫାଇଲ କୃଷକଙ୍କ କଲ୍ୟାଣ ସହିତ ଜଡିତ ହେବା ଉଚିତ୍ । ଆମେ ଆଗାମୀ ସମୟରେ କୃଷକ ଏବଂ କୃଷି କ୍ଷେତ୍ର ପାଇଁ ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ମୋଦି।

ଅଧିକ ପଢ଼ନ୍ତୁ: ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍

ମୋଦି 3.O ସରକାର ଶପଥ ଗ୍ରହଣ ପରେ ଆଜି ପ୍ରଥମ କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିପାରେ । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ କ୍ୟାବିନେଟ୍ ବୈଠକ। ସେଠାରେ ଶହେ ଦିନ କାର୍ଯ୍ୟଖସଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରରେ ୭୨ ଜଣ ମନ୍ତ୍ରୀ । ଏମାନଙ୍କ ଭିତରେ ୩୦ ଜଣ କ୍ୟାବିନେଟ୍, ୫ ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଓ ୩୬ ଜଣ ଅଛନ୍ତି ରାଷ୍ଟ୍ରମନ୍ତ୍ରୀ । ବିଜେପିର ୬୧ ଓ ସହଯୋଗୀ ଦଳର ୧୧ ଜଣଙ୍କୁ ମିଳିଛି ମନ୍ତ୍ରୀପଦ।

ମନ୍ତ୍ରିମଣ୍ଡଳରେ ମୋଟ୍ ୨୪ ରାଜ୍ୟକୁ ପ୍ରତିନିଧିତ୍ୱ ମିଳିଛି । ୩୦ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭିତରେ ବିଜେପିର ୨୫ ଓ ସହଯୋଗୀ ଦଳର ୫ ଜଣ ଅଛନ୍ତି । ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ୩୯ ଜଣ ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ତେବେ କାହାକୁ କେଉଁ ମନ୍ତ୍ରାଳୟ ମିଳିବ ଏବେ ତା’ଉପରେ ନଜର ରହିଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ପୁରୁଣା ଓ ନୂଆ ଚେହେରା । ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ଏଥର ରିପିଟ୍ ହୋଇଛନ୍ତି।

Advertisment

ଏମାନଙ୍କ ଭିତରେ ଅଛନ୍ତି ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ୍. ଜୟଶଙ୍କର, ପୀୟଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଭୂପେନ୍ଦ୍ର ଯାଦବ, କିରଣ ରିଜିଜୁ, ଜିତେନ୍ଦ୍ର ସିଂ। ସେହିପରି ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡଭିୟ, ସର୍ବାନନ୍ଦ ସୋନୋୱାଲ, ଗିରିରାଜ ସିଂ, ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଅନୁପ୍ରିୟା ପଟେଲ, ପ୍ରହଲ୍ଲାଦ ଯୋଶୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଏକାଧିକ ସାଂସଦଙ୍କୁ ପୁଣି ଥରେ ମୋଦି 3.0ରେ ସ୍ଥାନ ମିଳିଛି।

ଅଧିକ ପଢ଼ନ୍ତୁ: ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

Narendra Modi PM Modi PM Narendra Modi Prime Minister Of India PM KISAN Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ