Advertisment

୯୫ ବର୍ଷରେ ପାଦ ଦେଲେ ଆଡଭାନୀ

ସମସ୍ତେ ଏକାଠି ହୋଇ ଆଜି କେକ୍ କାଟିଥିଲେ। ଆଡଭାନୀଙ୍କୁ କେକ୍ ଖୁଆଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବେଶ କିଛି ସମୟ ଏକାଠି ହୋଇ ସମସ୍ତେ ଆଲୋଚନା କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
LK Advani Birthday celebration

LK Advani Birthday celebration

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ଆଜି ୯୪ତମ ଜନ୍ମ ଜୟନ୍ତୀ। ଦିଲ୍ଲୀ ବାସଭବନକୁ ଯାଇ ଆଜି ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଡ଼ଭାନୀଙ୍କ ସହ ଆଜି ବାର୍ଥ ଡେ ସେଲିବ୍ରେସନ୍ କରିଛନ୍ତି ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। 

Advertisment

ସମସ୍ତେ ଏକାଠି ହୋଇ ଆଜି କେକ୍ କାଟିଥିଲେ। ଆଡଭାନୀଙ୍କୁ କେକ୍ ଖୁଆଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବେଶ କିଛି ସମୟ ଏକାଠି ହୋଇ ସମସ୍ତେ ଆଲୋଚନା କରିଥିଲେ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ଏଲ୍‌କେ ଆଡଭାନୀଙ୍କୁ ତାଙ୍କ ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିଲେ। ସେ ଲଖିଥିଲେ, “ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବା ଦିଗରେ ତାଙ୍କର ଅନେକ ଉଦ୍ୟମ ରହିଛି। ଏଥିପାଇଁ ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ।” 

BJP Lal Krishna Advani Birthday Celebration
Advertisment
Advertisment