• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁରୁଣା ପାର୍ଲାମେଣ୍ଟରେ ଶେଷ ଥର ପାଇଁ ଚାଲିଛି ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନ । ସେଣ୍ଟ୍ରାଲ୍ ହଲରେ ଆଜି ଉପରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସବୁ ଦଳର ନେତା ନିଜ ନିଜ ଅଭୁଲା ସ୍ମୃତିକୁ ମନେ ପକାଇଥିଲେ । ପ୍ରଥମେ ବରିଷ୍ଠ ସାଂସଦ ଭାବେ ମାନେକା ଗାନ୍ଧି ନିଜ ଅଭିଭାଷଣ ରଖିଥିଲୋ ଗଣତନ୍ତ୍ରର ଏହି ଗୃହର ଗରିମା ଯୁଗ ଯୁଗ ଧରି ମନେ ରହିବ ।

ନୂଆ ସଂସଦକୁ ଯିବା ଏକ ଐତିହାସିକ ଘଟଣା ବୋଲି ଦୋହରାଇଛନ୍ତି ମାନେକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ୍ ପ୍ରତିଟି ସଭ୍ୟଙ୍କ ପାଖକୁ ଯାଇ କଥା ହୋଇଛନ୍ତି । ସ୍ମୃତିରେ ରହିଛି ପାର୍ଲାମେଣ୍ଟା ଇତିହାସ ପାଲଟିବା ପୂର୍ବରୁ ଏହାକୁ ନିଜର କରି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ସାଂସଦଙ୍କ ସହ ଫଟୋ ଉଠାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନ ରଖି ଭାରତର ସ୍ୱପ୍ନ ପୂରଣ ପାଇଁ ସବୁ ସଦସ୍ୟଙ୍କୁ ଆହ୍ୱାନ ଦେଇଛନ୍ତି । ଅତୀତର ଘଟଣାକୁ ନେଇ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିମତ ରହିଛି । ୧୯୪୭ରେ ଏହି ସେଣ୍ଟ୍ରାଲ ହଲ୍‌ରେ କ୍ଷମତା ହସ୍ତାନ୍ତର ହୋଇଥିଲା । ୭ ଦଶନ୍ଧି ଭିତରେ ଅନେକ ଆଇନ ତିଆରି ଓ ସଂଶୋଧନ ହୋଇଛି । ଆବଶ୍ୟକବେଳେ ସ୍ୱତନ୍ତ୍ର ଅଧିବେଶନରେ ଆଇନ ପ୍ରଣୟନ ହୋଇଛି । ଧାରା ୩୭୦ ଉଚ୍ଛେଦ ଓ ତିନ୍‌ ତଲାକ ବିଲ୍‌ ପାସ୍‌ ଉଲ୍ଲେଖନୀୟ ଘଟଣା ଉଠାଇଥିଲେ ପ୍ରଧାନମନ୍ତ୍ରୀ ।

ତାହା ସହିତ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏବେ ଅମୃତକାଳରେ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ । ଛୋଟ ଛୋଟ କାମରେ ଆମେ ଆଉ ସମୟ ଅପଚୟ କରିବାନି । ଦେଶକୁ ଆଗକୁ ନେବାକୁ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ । ଛୋଟ କାନ୍‌ଭାସ୍‌ରେ ବଡ଼ ଚିତ୍ର ଅସମ୍ଭବ ଭଳି ଆମକୁ ବଡ଼ ଚିନ୍ତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ।

ସେହିପରି ଚିନ୍ତାଧାରାର ବିକାଶ ହେଲେ, ଦେଶର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଉପାଦନ କ୍ଷେତ୍ରରେ ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ପୁରୁଣା ସଂସଦ ଭବନର ନୂଆ ନାମକରଣ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେ ନୂଆ ଭବନକୁ ଯାଉଥିଲେ ବି ପୁରୁଣାର ଗରିମା ଅକ୍ଷୂଣ୍ଣ ଉଚିତ । ସବୁବେଳେ ପୁରୁଣା ଭବନ ନିଜ ମର୍ଯ୍ୟାଦା ବଜାୟ ରଖିବ । ପୁରୁଣା ଭବନକୁ ସମ୍ବିଧାନ ସଦନ ଭାବେ ନାମିତ କରାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଏବେ ଦୁନିଆର ବିଶ୍ୱାମିତ୍ର ପାଲଟିଛି । ଶୀତଳ ଯୁଦ୍ଧ ସମୟରେ ଆମର ଭୂମିକା ଗୋଷ୍ଠୀ ନିରପେକ୍ଷ ଥିଲା ।

ଏବେ ସମୟ ବଦଳିବା ସହ ଭାରତର ଭୂମିକା ମଧ୍ୟ ବଦଳିଛି । ଏବେ ଭାରତ ବିଶ୍ୱର ବିଶ୍ୱାମିତ୍ର ପାଲଟିଛି । ସାରା ଦୁନିଆ ଏବେ ଆମ ଭିତରେ ମିତ୍ରତା ଖୋଜୁଛି । ମିଶନ ଚନ୍ଦ୍ରୟାନ ପରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ିଛି । ଦେଶର ଯୁବବର୍ଗ ଏବେ ମହାକାଶ ବିଜ୍ଞାନ ପ୍ରତି ଅଧିକ ଆକର୍ଷିତ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି ।