Advertisment

Narendra Modi: ପ୍ରଥମ ଶପଥ କ୍ଷଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ...

ପ୍ରଥମେ ଗୁଜରାଟର ଜନତା ମୋତେ ଆଶୀର୍ବାଦ କରିଥିଲେ, ଏହା ପରେ ସାରା ଦେଶର କୋଟି କୋଟି ଲୋକ ମୋତେ ଆଶୀର୍ବାଦ କରିଥିଲେ ବୋଲି ଜନସଭାରେ କହିଛନ୍ତି ପିଏମ ମୋଦି ।

ଅଦ୍ୟତନ ହୋଇଛି
ପ୍ରଥମ ଶପଥ କ୍ଷଣକୁ ମନେ ପକାଇଲେ ମୋଦି

ପ୍ରଥମ ଶପଥ କ୍ଷଣକୁ ମନେ ପକାଇଲେ ମୋଦି

Advertisment

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା କ୍ଷଣକୁ ମନେ ପକାଇଲେ ପିଏମ ମୋଦି । ଗୁଜରାଟ ଦାହୋରେ ଜନସଭା ବେଳେ ୨୦୧୪ର ସେହି କ୍ଷଣ କଥା ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିର ଦିନ ଅର୍ଥାତ ୨୬ ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ମହଙ୍ଗା ପଡିଲା କଏଦୀ ପ୍ରେମ, ୫ କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ

ପ୍ରଥମେ ଗୁଜରାଟର ଜନତା ମୋତେ ଆଶୀର୍ବାଦ କରିଥିଲେ, ଏହା ପରେ ସାରା ଦେଶର କୋଟି କୋଟି ଲୋକ ମୋତେ ଆଶୀର୍ବାଦ କରିଥିଲେ ବୋଲି ଜନସଭାରେ କହିଛନ୍ତି ପିଏମ ମୋଦି । ତୃତୀୟ ଥର ପାଇଁ ଦେଶର ଲଗାତାର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ମୋଦି ଆଜି ଗୁଜରାଟ ଗସ୍ତରେ ଯାଇଛନ୍ତି । ତେବେ ଜନସଭା ପୂର୍ବରୁ ଦାହୋରେ ପିଏମ ମୋଦି ରେଲୱେ ପକ୍ଷରୁ ଲୋକମୋଟିଭ ମାନୁଫ୍ୟାକ୍ଚରିଂ ପ୍ଲାଣ୍ଟର ଉଦଘାଟନ କରିଥିଲେ । ଏହା ରେଲୱେର ମାଲ ପରିବହନ କ୍ଷମତା ଓ ଭିତ୍ତିଭୂମି ବୃଦ୍ଧି କରିବ । ଏହି ପ୍ଲାଣ୍ଟ ୯ ହଜାର HP ଇଲେକ୍ଟ୍ରିକ୍ ଲୋକମୋଟିଭ୍ ପ୍ରସ୍ତୁତ କରିବ । ଏହି ଅବସରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର ପରେ ଜନ୍ମମାଟିକୁ ଏହା ତାଙ୍କର ପ୍ରଥମ ଗସ୍ତ । ଭଦୋଦରାରେ ପହଞ୍ଚି ରୋଡ୍ ଶୋ' କରିଛନ୍ତି ପିଏମ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ' ସମୟରେ ବିଶାଳ ଜନ ସମୁଦ୍ର ଦେଖିବାକୁ ମିଳିଛି ।  

Advertisment

ଅପରେସନ ସିନ୍ଦୂରରେ ଗୁରୁଦାୟିତ୍ୱ ନେଇଥିବା କର୍ଣ୍ଣେଲ ସୋଫିଆ କୁରେସିଙ୍କ ପରିବାର ଲୋକେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସେମାନେ ପୁଷ୍ପ ବୃଷ୍ଟି କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ମହିଳା ସଶକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଅନେକ ବୋଲି ସୋଫିଆଙ୍କ ଭଉଣୀ ସାଏନା ସୁନସାରା କହିଥିଲେ ।

ଅଧିକ ପଢ଼ନ୍ତୁ: ନିୟମରେ ହେବ ବଡ଼ ପରିବର୍ତ୍ତନ, ଏଣିକି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ବି ହୋଇପାରିବେ ପାଇଲଟ୍‌ !

Advertisment
Narendra Modi Gujarat NDA Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ