Advertisment

UAEରେ ପିଏମ୍ ମୋଦି, ଆଲିଙ୍ଗନ କରି ଭବ୍ୟ ସ୍ୱାଗତ ଜଣାଇଲେ ରାଷ୍ଟ୍ରପତି ଜାୟେଦ

ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି।

author-image
Santosh Kumar Sahoo
Narendra Modi

Narendra Modi

ମୋଦି ମୋଦି ନାରାରେ କଂପିଲା ଆବୁଧାବି। UAE ରାଜଧାନୀ ଆବୁଧାବିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରବାସୀ ଭାରତୀୟଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା। ବିମାନବନ୍ଦରରେ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ UAE ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍। ଏହି ବିତ୍ତଶାଳୀ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର୍ । ରାଷ୍ଟ୍ରପତି ଜାୟେଦଙ୍କ ସହ ଦ୍ୱିପାକ୍ଷିକ ବୈଠକ ବେଳେ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେତେବେଳେ ମୁଁ ଏଠାକୁ ଆପଣଙ୍କୁ ଭେଟିବାକୁ ଆସେ, ମୋତେ ଲାଗେ ମୁଁ ମୋ ପରିବାରକୁ ଭେଟିବାକୁ ଆସିଛି। ଆମେ ଗତ ୭ ମାସରେ ୫ ଥର ଭେଟିଛୁ । ଏହା ଖୁବ୍ ବିରଳ ଏବଂ ଏହା ଆମ ଗଭୀର ସଂପର୍କର ପ୍ରତିଫଳନ ।

Advertisment

ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏଥିସହ ଆବୁଧାବିରେ UPI ରୁପେ କାର୍ଡ ପ୍ରଚଳନ ଶୁଭାରମ୍ଭ କରିଛନ୍ତି ଉଭୟ ରାଷ୍ଟ୍ର ନେତା। ଏହାପରେ ପ୍ରଧାନମନ୍ତ୍ରୀ ହୋଟେଲକୁ ଫେରିବା ବେଳେ, ଭାରତ ମାତା କୀ ଜୟ ଏବଂ ମୋଦି-ମୋଦି ନାରା ଦେଇଥିଲେ ପ୍ରବାସୀ ଭାରତୀୟ। ଆଜି ସେ ଆଲାନ୍ ମୋଦି କାର୍ଯ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି BAPS ସ୍ୱାମୀ ନାରାୟଣ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି। ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଏହାପରେ ମୋଦି କତାର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

Hindu Temple In Dubai Dubai BHIM UPI Narendra Modi
Advertisment
Advertisment