Advertisment

PM Praises Harshvardhan : 'ମନ କି ବାତ'ରେ ଓଡ଼ିଆ ପୁଅଙ୍କ ଜଲୱା, ହର୍ଷବର୍ଦ୍ଧନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

'ମନ କି ବାତ'ରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ୪୯ କିଗ୍ରା ବର୍ଗରେ ମୋଟ ୨୦୩ କିଗ୍ରା ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତି ସୁନାମ ଆଣିଛନ୍ତି ହର୍ଷବର୍ଦ୍ଧନ । ପିଏମଙ୍କ ପ୍ରଶଂସା ପରେ ଖୁସି ବ୍ୟକ୍ତ କରିଛନ୍ତି ହର୍ଷବର୍ଦ୍ଧନ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
PM Praises Odia boy Harshvardhan

PM Praises Odia boy Harshvardhan

'ମନ କି ବାତ'ରେ ଓଡ଼ିଆ ପୁଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ଓଡ଼ିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁ ଖେଲୋ ଇଣ୍ଡିଆରେ ପଦକ ଜିତିଥିଲେ । ଚଳିତ ମାସ ସରିଥିବା ଖେଲୋ ଇଣ୍ଡିଆରେ ଓଡ଼ିଆ ପୁଅ ହର୍ଷବର୍ଦ୍ଧନ ସାହୁ ୪୯ କିଲୋ କାଟାଗୋରୀରେ ନୂଆ ରେକର୍ଡ କରିଥିଲେ । ୪୯ କିଗ୍ରା ବର୍ଗରେ ମୋଟ ୨୦୩ କିଗ୍ରା ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିଲେ ।  ପ୍ରଧାନମନ୍ତ୍ରୀ କହିଛନ୍ତି, "ସାରା ବିଶ୍ୱ ଆମ ଯୁବ ଖେଳାଳିଙ୍କ ପ୍ରତିଭାକୁ ଦେଖିଲେ । ଭାରୋତ୍ତୋଳନରେ ମହାରାଷ୍ଟ୍ରରର ଅସ୍ମିତା ଧୋନେ, ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ ଏବଂ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଛି । ସେପଟେ ମହାରାଷ୍ଟ୍ରର ସାଇରାଜ ପ୍ରଦେଶୀ ୩ଟି ରେକର୍ଡ କରିପାରିଛନ୍ତି ।"

Advertisment

ଏହାସହ ସମସ୍ତ ଆଥଲେଟମାନଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । OTV କୁ ପ୍ରତିକ୍ରିୟା ଦେଇ ହର୍ଷବର୍ଦ୍ଧନ କହିଛନ୍ତି, "ମୁଁ ବହୁତ ଖୁସି । 'ମନ କି ବାତ'ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଶୁଣି ମୋ ପିତାମାତା ବି ଖୁସି । ଟ୍ରେନିଂ ପାଇଁ ବେଳେବେଳେ ଆର୍ଥିକ ସମସ୍ୟା ଆସେ । ବାପା ସାହାଯ୍ୟ କରନ୍ତି । ଏଥିପାଇଁ ସକାଳେ ଏବଂ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ଟ୍ରେନିଂ କରେ ।" 

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୨ତମ 'ମନ କି ବାତ' କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଆତଙ୍କବାଦ ମୁକାବିଲା ଦିଗରେ ଭାରତର ପଦକ୍ଷେପକୁ ପ୍ରଶଂସା ସହ ସମସ୍ତଙ୍କୁ ଅପରେସନ ସିନ୍ଦୁରର ଶ୍ରେୟ ଦେଇଛନ୍ତି ପିଏମ ।  ଆତ୍ମନିର୍ଭର ଭାରତର ସଂକଳ୍ପ ବିଷୟରେ ମଧ୍ୟ କହିଛନ୍ତି । 

Advertisment

ଅଧିକ ପଢନ୍ତୁ : 'ମନ୍‌ କି ବାତ୍‌'ରେ ଅପରେସନ ସିନ୍ଦୂର କଥା କହିଲେ ପିଏମ, ସମସ୍ତଙ୍କୁ ଦେଲେ ବିଜୟର ଶ୍ରେୟ

Advertisment
Related Articles
Advertisment