Advertisment

ମନ୍ କି ବାତ୍‌ରେ ‘ସମ୍ବଲପୁରୀ ଶାଢ଼ି’ର ପ୍ରଶଂସା; ସ୍ୱଦେଶୀ ଉତ୍ପାଦକୁ ଗୁରୁତ୍ୱ ଦେବାକୁ ଅପିଲ୍

ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଆମ ଖେଳାଳିଙ୍କୁ ବିଶ୍ୱ ମଞ୍ଚରେ ତ୍ରିରଙ୍ଗା ଉଡାଇବା ସହ ଦେଶ ପାଇଁ କିଛି କରିବାର ସୁଯୋଗ ଆଣି ଦେଇଛି। ତେଣୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ।

author-image
Sonali Ojha
Mann Ki Baat

Mann Ki Baat

ମନ୍‌ କି ବାତ୍‌ରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାଗରେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ମନ୍‌ କି ବାତ୍‌ର ୧୧୨ ତମ ସଂସ୍କରଣ। ତେବେ ଏଥିରେ ସମ୍ୱଲପୁରୀ ଶାଢିକୁ ସ୍ଥାନ ଦେଇଛନ୍ତି। ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି ସମ୍ବଲପୁର ଶାଢ଼ି ପ୍ରସଙ୍ଗ। ବିଭିନ୍ନ ରାଜ୍ୟର ହସ୍ତତନ୍ତ ଶାଢ଼ି ସହ ସମ୍ବଲପୁର ଶାଢ଼ି ସମ୍ପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ହସ୍ତତନ୍ତ ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି। ଲୋକେ ଖଦୀକୁ ‌ଅଧିକ ପସନ୍ଦ କରୁଛନ୍ତି।ଲୋକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ହସ୍ତତନ୍ତ କାରିଗରୀ। ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ। ସ୍ବଦେଶୀ ଉତ୍ପାଦନକୁ ଗୁରୁତ୍ବ ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ।

କେବଳ ସେତିକି ନୁହେଁ, ମନ୍ କି ବାତ୍‌ରେ ପ୍ୟାରିସ୍ ଅଲିମ୍ପିକ୍ସ କଥା ବି କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଖେଳାଳିଙ୍କୁ ଚିୟର ଅପ୍ କରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ମୋଦି କହିଛନ୍ତି, ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଆମ ଖେଳାଳିଙ୍କୁ ବିଶ୍ୱ ମଞ୍ଚରେ ତ୍ରିରଙ୍ଗା ଉଡାଇବା ସହ ଦେଶ ପାଇଁ କିଛି କରିବାର ସୁଯୋଗ ଆଣି ଦେଇଛି। ତେଣୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଏଥିସହ ମ୍ୟାଥମେଟକ୍ସ ଅଲିମ୍ପିୟଡ୍ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

୧୦୦ରୁ ଅଧିକ ଦେଶର ଯୁବବର୍ଗମାନେ ଅନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡ଼ରେ ଅଂଶଗ୍ରହଣ କରିଛନ୍ତି । ଆମ ଦଳ ମୋଟାମୋଟି ଟାଲିରେ ଶ୍ରେଷ୍ଠ ପଞ୍ଚମ ସ୍ଥାନକୁ ଆସିବାରେ ସଫଳ ହୋଇଛି। ପୁଣେର ଆଦିତ୍ୟ ଭେଙ୍କଟ ଗଣେଶ, ପୁଣେର ସିଦ୍ଧାର୍ଥ ଚୋପ୍ରା, ଦିଲ୍ଲୀର ଅର୍ଜୁନ ଗୁପ୍ତା, ଗ୍ରେଟର ନୋଏଡାର କନ୍ବ ତାଲୱାର, ମୁମ୍ବାଇର ରୁଶିଲ ମାଥୁର ଏବଂ ଗୁଆହାଟିର ଆନନ୍ଦୋ ଭାଦୁରୀ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ କେବଳ ନିଜ ସଂସ୍କୃତିରେ ଗର୍ବ କରି ଆଗକୁ ବଢ଼ି ପାରିବ। ଭାରତରେ ମଧ୍ୟ ଏଭଳି ଅନେକ ପ୍ରୟାସ କରାଯାଉଛି। ଏହିପରି ଗୋଟିଏ ପ୍ରୟାସ ହେଉଛି – ପ୍ରୋଜେକ୍ଟ ପରୀ। ଏହାଛଡ଼ା ସ୍ଥାନୀୟ ଉତ୍ପାଦକୁ ସୋସିଆଲ ମିଡିଆରେ #MyProductMyPride ନାମରେ ଅପଲୋଡ୍ କରିବାକୁ ଅପିଲ୍‌ କରିଛନ୍ତି। ଏହି ଛୋଟ ପ୍ରୟାସ ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ପ୍ରଥମ ଥର ପାଇଁ ଖଦୀ ଗ୍ରାମ ଉଦ୍ୟୋଗର କାରବାର ୧.୫ ଲକ୍ଷ କୋଟି ଅତିକ୍ରମ କରି ୪୦୦ ଶତକଡା ବୃଦ୍ଧି ପାଇଛି।

ଯୁବବର୍ଗଙ୍କ ନିଶା ସେବନ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଡ୍ରଗ୍ସର ଶିକାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ‘ମାନସ’ ନାମକ ଏକ ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି। ଡ୍ରଗ୍ସ ବିରୋଧରେ ଲଢ଼େଇରେ ଏହା ଏକ ବଡ ପଦକ୍ଷେପ ବୋଲି ସେ କହିଛନ୍ତି। ପୂର୍ବଥର ପରି, ଚଳିତ ବର୍ଷ ମଧ୍ୟ http://harghartiranga.com ରେ ତ୍ରିରଙ୍ଗା ସହିତ ସେଲଫି ଅପଲୋଡ୍ କରିବା ନେଇ ଅନୁରୋଧ କରିଛନ୍ତି।

PM Modi Sambalpuri Saree Man Ki Baat
Advertisment
Advertisment