Advertisment

ଧ୍ୟାନମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଦେଖନ୍ତୁ ଭିଡ଼ିଓ...

ତାମିଲନାଡ଼ୁ କନ୍ୟାକୁମାରୀର ପ୍ରସିଦ୍ଧ ବିବେକାନନ୍ଦ ରକ୍ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Sujit kumar Swain
ଅଦ୍ୟତନ ହୋଇଛି
PM Modi Meditates At Vivekananda Rock

PM Modi meditates

କନ୍ୟାକୁମାରୀରେ ଧ୍ୟାନମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାମିଲନାଡ଼ୁ କନ୍ୟାକୁମାରୀର ପ୍ରସିଦ୍ଧ ବିବେକାନନ୍ଦ ରକରେ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଠି ଏକଦା ସ୍ବାମୀ ବିବେକାନନ୍ଦ ଧ୍ୟାନ କରିଥିଲେ, ସେଠାରେ ବସି ଧ୍ୟାନ କରୁଛନ୍ତି ମୋଦି ।

Advertisment

ଗତକାଲି ସଂଧ୍ୟାରେ ମୋଦି କନ୍ୟାକୁମାରୀରେ ପହଞ୍ଚି ଭଗବତୀ ଆମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଗତକାଲି ସନ୍ଧ୍ୟାରୁ ଆସନ୍ତାକାଲି ଭୋଟ୍ ସରିବା ଯାଏଁ ୪୫ ଘଣ୍ଟା ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ। ଏହି ସମୟରେ ପ୍ରଧାନମନ୍ତ୍ରୀ କେବଳ ଜୁସ୍ ଅର୍ଥାତ ତରଳ ସେବନ କରିବେ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଦୃଢୋକ୍ତି; ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର

Advertisment

ଉପକୂଳରୁ ୫ଶହ ମିଟର ସମୁଦ୍ର ଭିତରେ ରହିଛି ଏହି ବିବେକାନନ୍ଦ ରକ୍। ୨୦୧୯ ନିର୍ବାଚନ ଶେଷ ପର୍ଯ୍ୟାୟରେ ପିଏମ ମୋଦି କେଦାରନାଥ ଯାତ୍ରା କରିବା ସହ ଉତ୍ତରାଖଣ୍ଡର ରୁଦ୍ର ମେଡିଟେସନ କେଭରେ ୧୭ ଘଣ୍ଟା ଧ୍ୟାନ କରିଥିଲେ।

ବିବେକାନନ୍ଦ ରକ୍‌ ମେମୋରିଆଲ୍‌ରେ ସ୍ବାମୀ ବିବେକାନନ୍ଦ ୧୮୯୨ ମସିହାରେ ଧ୍ୟାନ କରିଥିଲେ । ହିନ୍ଦୁ ଦାର୍ଶନିକ-ସାଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରକ୍ ମେମୋରିଆଲ୍ ସ୍ମାରକୀ ନିର୍ମାଣ କରାଯାଇଥିଲା। କୁହାଯାଏ ଯେ ସ୍ୱାମୀ ବିବେକାନନ୍ଦ ସାରା ଦେଶରେ ବୁଲାବୁଲି କରିବା ପରେ ଏଠାରେ ତିନି ଦିନ ଧ୍ୟାନ କରିଥିଲେ ଏବଂ ଏକ ବିକଶିତ ଭାରତ ପାଇଁ ଦର୍ଶନ ପ୍ରାପ୍ତ କରିଥିଲେ ।

ତେବେ ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ମୋଦି ଧ୍ୟାନସ୍ଥ ଥିବା ବେଳେ ଏହି ସମୟରେ ତାଙ୍କୁ ୨୦୦୦ ପୁଲିସକର୍ମୀ ଜଗିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ସୁରକ୍ଷା ଏଜେନ୍ସି କଡା ନଜର ରଖିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ। ଏହା ସହିତ ବ୍ୟକ୍ତିଗତ ଡଙ୍ଗାଗୁଡ଼ିକୁ ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ ନାହିଁ।

ଅଧିକ ପଢ଼ନ୍ତୁ: ଅନୁଗୁଳ-କଟକରେ ମୋଦିଙ୍କ ପ୍ରଚଣ୍ଡ ହମଲା ! 'ଓଡ଼ିଶାକୁ BJD ଦେଇଛି ଲ୍ୟାଣ୍ଡ-ସ୍ୟାଣ୍ଡ-ଖଣି ମାଫିଆ'

Narendra Modi PM Narendra Modi Meditates
Advertisment
Advertisment