• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆରମ୍ଭ ହେଲା 5G ସେବା । ଦେଶରେ 5G ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ୧୩ଟି ପ୍ରମୁଖ ସହରରେ ପ୍ରଥମ ପର୍ଯ୍ୟାୟରେ ମିଳିବ 5G ସେବା । ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଶୁଭାରମ୍ଭ କଲେ ମୋଦି । ମୋଦିଙ୍କ ସହ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଦିଲ୍ଲୀ, କୋଲକତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ୍, ବେଙ୍ଗଲୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, ଲକ୍ଷ୍ନୌ, ପୁଣେ । ଏହି ୧୩ ସହରରେ ପ୍ରଥମେ ଆରମ୍ଭ ହେବ 5G ସେବା ।

5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି । ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G । 2G ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, 3G ସେବାରେ ୨ ଘଣ୍ଟା ଏବଂ 4Gରେ ୪୦ ମିନିଟ ଲାଗୁଥିଲା, ଏବେ 5Gରେ ସେହି ଫାଇଲ ଡାଉନ୍‌ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ 5G ସେବା ମିଳିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିଲାଗି ୩୫ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ । 

ଏପଟେ ମୟୂରଭଞ୍ଜ ପାହାଦପୁର ଏସଏଲଏସ ରେସିଡେନ୍‌ସିଆଲ ମେମୋରିଆଲ ସ୍କୁଲରେ ଦିଲ୍ଲୀରେ ହେଉଥିବା କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ବି ଖୁବଶୀଘ୍ର ଆରମ୍ଭ ହେବ 5G ସେବା । ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 5Gରେ ରେଡିଏସନ ହେବ ବୋଲି ଯେଉଁ ଗୁଜବ ପ୍ରଚାର ହେଉଥିଲା ତାକୁ ମନ୍ତ୍ରୀ ଖଣ୍ଡନ କରିଥିଲେ । ଏଥିରେ ରେଡିଏସନ ପ୍ରଭାବ ଆଦୌ ନାହିଁ, ସମସ୍ତେ ଆଶ୍ୱସ୍ତ ରୁହନ୍ତୁ ବୋଲି ମନ୍ତ୍ରୀ କହିଥିଲେ । 5G ସେବା ଡିଜିଟାଲ ଲାଇଫ୍‌କୁ ଅନେକ ସହଜ କରିଦେବ ।

ସୂଚନାଥାଉ କି, 5G ସେବା ଦେଶର କିଛି ପ୍ରମୁଖ ସହରରେ ପ୍ରାରମ୍ଭିକ ଭାବେ ଯୋଗାଇ ଦିଆଯିବ ବୋଲି ଗତ ଅଗଷ୍ଟରେ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ସମେତ ୧୩ ପ୍ରମୁଖ ସହରରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମିଳିପାରିବ । ତେବେ ୨୦୨୩ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ଏହି ସେବା ମିଳିପାରିବ ବୋଲି ଅମ୍ବାନୀ ଘୋଷଣା କରିଥିଲେ ।