Advertisment

ସୁପର କମ୍ପ୍ୟୁଟର 'ପରମ ରୁଦ୍ର'ର ଲୋକାର୍ପଣ, କିଛି ମିନିଟରେ ୫ ଶହ ବର୍ଷର କାଲକୁଲେସନ୍

ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯିବ। ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ବାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ସୁପର କମ୍ପ୍ୟୁଟର ସହଯୋଗ କରିବ। ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ପରମ ରୁଦ୍ର।

author-image
Satyendu Shekher Mishra
Super Computer Param Rudra

Super Computer Param Rudra

ମାତ୍ର କିଛି ମିନିଟରେ ୫ ଶହ ବର୍ଷର କାଲକୁଲେସନ୍। ସାଧାରଣ କମ୍ପ୍ୟୁଟର ଠାରୁ ହଜାରେ ଗୁଣା ସ୍ପିଡରେ କାମ କରିବ। ଦେଶ ଉଦ୍ଦେଶ୍ୟରେ ଆଜି ଏଭଳି ୩ଟି ସୁପର କମ୍ପ୍ୟୁଟରକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହାର ନାଁ ରଖାଯାଇଛି ପରମ ରୁଦ୍ର। ମହାଦେବଙ୍କ ରୁଦ୍ର ଅବତାର ନାଁରେ ଏହାର ନାମକରଣ କରାଯାଇଛି।

Advertisment

ଦେଶ ପାଇଁ ଏହି ସୁପର କମ୍ପ୍ୟୁଟରର ଉପଲବ୍ଧି ମାଇଲଷ୍ଟୋନ୍ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାସନାଲ ସୁପର କମ୍ପ୍ୟୁଟିଙ୍ଗ ମିଶନ ଅନ୍ତର୍ଗତ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି ୩ଟି ସୁପର କମ୍ପ୍ୟୁଟର। ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୦ କୋଟି। ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯିବ। ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ବାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ସୁପର କମ୍ପ୍ୟୁଟର ସହଯୋଗ କରିବ। ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ପରମ ରୁଦ୍ର।

ଏହି ସୁପର କମ୍ପ୍ୟୁଟର ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ କମ୍ପ୍ୟୁଟର ଅଟନ୍ତି । ସେଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ଜଟିଳ ଗଣନା ସମ୍ପୂର୍ଣ୍ଣ କରିଥାନ୍ତି। ଏକ ସୁପର କମ୍ପ୍ୟୁଟର ଏକାଥରକେ ଏତେ ପରିମାଣର ଡାଟା ପ୍ରୋସେସ୍ କରିପାରେ ଯେ ସାଧାରଣ କମ୍ପ୍ୟୁଟର କଳ୍ପନା ମଧ୍ୟ କରିପାରିବ ନାହିଁ ।

Advertisment

ବୈଜ୍ଞାନିକ ଏବଂ ଗବେଷଣା ଉଦ୍ଦେଶ୍ୟରେ ଏହି ସୁପର କମ୍ପ୍ୟୁଟର ବ୍ୟବହାର କରାଯାଏ । ଏହି କମ୍ପ୍ୟୁଟରଗୁଡ଼ିକରେ ଅତ୍ୟାଧୁନିକ ଅତ୍ୟାଧୁନିକ ହାର୍ଡୱେର୍ ଏବଂ ସଫ୍ଟୱେର ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାର ଅଧିକାଂଶ ଉପାଦାନ ଭାରତରେ ଉତ୍ପାଦନ ଓ ଆସେମ୍ବଲ୍ କରାଯାଇଛି। ଏକ ସୁପର କମ୍ପ୍ୟୁଟର ସେହି କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବ ଯାହା ନିୟମିତ କମ୍ପ୍ୟୁଟର ପାଇଁ ୫୦୦ ବର୍ଷ ସମୟ ନେବ ।

Advertisment
Advertisment