• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସିଙ୍ଗାପୁରରେ ଓଡ଼ିଆଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ବିଶ୍ବ ଦକ୍ଷତା କେନ୍ଦ୍ରରେ ଇଣ୍ଟର୍ନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜେ ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, CII ଏଣ୍ଟରପ୍ରାଇଜେସ୍ ସିଙ୍ଗାପୁର ଇଣ୍ଡିଆ ପ୍ରୋଗ୍ରାମରେ ଆସିଥିବା ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ରର ଇଣ୍ଟର୍ଣ୍ଣଙ୍କ ସହ କଥା ହେଲି । AEM ହୋଲ୍ଡିଂସରେ କାମ କରୁଥିବା ଭାରତୀୟ ଇଞ୍ଜିନିୟର ଟିମକୁ ବି ଭେଟିଲି। ଏମିତି ସହଯୋଗ ବାସ୍ତବରେ ମାନବ ପ୍ରତିଭା ଓ ଅନୁଭୂତିକୁ ବଢ଼ାଇବ। ଓଡ଼ିଆ ପିଲାଙ୍କ ସହ କଥା ହେବା ସହ ଫଟୋ ବି ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ।

OTV is now on Whatsapp

Join and get latest news update delivered to you via whatsapp

Join Now