/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710148202.jpg)
PM Modi inaugurates Dwarka Expressway
ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଉପହାର। ୧ ଲକ୍ଷ କୋଟି ଟଙ୍କାର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ। ହରିୟାଣା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ବିଭିନ୍ନ ରାଜ୍ୟ ଦେଇ ଯାଇଥିବା ୧୧୨ଟି ଜାତୀୟ ରାଜପଥର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି।
ହରିୟାଣା ଦେଇ ଯାଇଥିବା ଦ୍ୱାରକା ଏକ୍ସପ୍ରେସର ମଧ୍ୟ ଲୋକାର୍ପଣ କରିଛନ୍ତି ମୋଦି। ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣରେ ଖର୍ଚ୍ଚ ହୋଇଛି ୪୧ ଶହ କୋଟି ଟଙ୍କା। ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବାରେ ସହାୟକ ହେବ। ଗୁରୁଗ୍ରାମରେ ମୋଦି ରୋଡ ଶୋ କରିବା ସହ ଏସବୁ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଏନଏଚ କାମରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଅଧିକ ପଢ଼ନ୍ତୁ: ‘ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିଙ୍କ ଗ୍ୟାରେଣ୍ଟି’
ଦ୍ୱାରକା ଏକ୍ସପ୍ରେସ୍ ଦେଶର ପ୍ରଥମ ଏଲିଭେଟେଡ୍ ଅର୍ବାନ ଏକ୍ସପ୍ରେସ୍ ୱେ । ଏହି ଏକ୍ସପ୍ରେସ୍ ୱେ କାର୍ଯ୍ୟକାରୀ ହେବା ଦ୍ୱାରା ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍ ୱେ’ରେ ଜମୁଥିବା ଗହଳି କମିବ । ଏହି ୧୬ ଲେନ୍ ବିଶିଷ୍ଟ ଏକ୍ସପ୍ରେସ୍ ୱେରେ ଅନ୍ୟୁନ ୩ଟି ଲେନ୍ରେ ଉଭୟ ପାର୍ଶ୍ୱରେ ଯିବା ଆସିବା ବ୍ୟବସ୍ଥା କରାଯିବ। ଦିଲ୍ଲୀର ଦ୍ୱାରକାରୁ ହରିୟାଣାର ଗୁରୁଗ୍ରାମକୁ ଏହି ଏକ୍ସପ୍ରେସ୍ ୱେ ସଂଯୋଗ କରିବ। ଫଳରେ ଦିଲ୍ଲୀରେ ଦେଖାଯାଉଥିବା ସାଂଘାତିକ ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳି ପାରିବ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)