Modi-Trump meeting: ବଡ଼ ଭେଟ୍‌ଘାଟ୍, ବଡ଼ ଡିଲ୍...ବିଶ୍ୱ ଦେଖିଲା ଭାରତ-ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ

ହ୍ବାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପାଖାପାଖି ୪ ଘଣ୍ଟାର ଆଲୋଚନାରେ ଭାରତ-ଆମେରିକା ସଂପର୍କକୁ ଆହୁରି ଦୃଢ କରିବା ଉପରେ ଦୁଇ ନେତା ଜୋର୍ ଦେଇଛନ୍ତି, ଉଭୟ ଦେଶ ମଧ୍ୟରେ ସ୍ବାକ୍ଷର କରିଛନ୍ତି ବଡ଼ ବଡ଼ ଡିଲ୍ ।

ଟ୍ରମ୍ପଙ୍କୁ ମୋଦିଙ୍କ MEGA ମନ୍ତ୍ର

ଭାରତକୁ ମିଳିବ ବିଶ୍ବର ସବୁଠୁ ଶକ୍ତିଶାଳୀ ଲଢ଼ୁଆ ଯୁଦ୍ଧ ବିମାନ F-35। ହ୍ବାଇଟ୍ ହାଉସରେ ମୋଦି-ଟ୍ରମ୍ପ ଭେଟ୍‌ଘାଟରୁ ମିଳିଛି ଏଇ ବଡ଼ ଗ୍ରୀନ୍ ସିଗ୍ନାଲ । ସେହିପରି 26/11 ମୁମ୍ବାଇ ଆକ୍ରମଣର ମାଷ୍ଟର୍ ମାଇଣ୍ଡ ତହବ୍ବୁର ରାଣାର ପ୍ରତ୍ୟର୍ପଣରେ ମୋହର ସହ ଦ୍ବିପାକ୍ଷିକ ବାଣିଜ୍ୟକୁ ଆସନ୍ତା ୨୦୩୦ ସୁଦ୍ଧା ୫ ଶହ ବିଲଅନ ଡଲାରରେ ପହଞ୍ଚାଇବାକୁ ବି ହୋଇଛି ମେଗା ଡିଲ୍ ।

ବଡ଼ ଭେଟ୍‌ଘାଟ୍, ବଡ଼ ଡିଲ୍, ବଡ଼ ଦିଲ୍ । ହ୍ବାଇଟ୍ ହାଉସରେ ଦୁନିଆ ଦେଖିଲା ମୋଦି-ଟ୍ରମ୍ପ୍ ବନ୍ଧୁତ୍ବ । ବିଶ୍ବ ଦେଖିଲା ଭାରତ-ଆମେରିକା ସଂପର୍କର ନୂଆ ଅଧ୍ୟାୟ । ଯେତେବେଳେ ବିଶ୍ବର ଦୁଇ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ରର ଦୁଇ ଶକ୍ତିଶାଳୀ ନେତା, ଦୁଇ ବନ୍ଧୁ ଭେଟାଭାଟି ହୁଅନ୍ତି, ସାମ୍ନାକୁ ବନ୍ଧୁତ୍ବର ଏଭଳି ଗୋଟିକ ପରେ ଗୋଟିଏ ନିଦର୍ଶନ ସାମ୍ନାକୁ ଆସୁଥିଲା। କୋଳାକୋଳି ହେଲେ, ଚେୟାରରେ ବସେଇଲେ, ଉପହାର ଦେଲେ । ଆଉ କଥା ପଡ଼େ ଟ୍ରେଡ୍‌ଠୁ ନେଇ ଟାରିଫ୍, ଡିଫେନ୍ସଠୁ ନେଇ ୱାର୍, ଟେରରିଜମ୍ ।

ଅଧିକ ପଢ଼ନ୍ତୁ: 

ହ୍ବାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ମୋଦିରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପାଖାପାଖି ୪ ଘଣ୍ଟାର ଆଲୋଚନାରେ ଭାରତ-ଆମେରିକା ସଂପର୍କକୁ ଆହୁରି ଦୃଢ କରିବା ଉପରେ ଦୁଇ ନେତା ଜୋର୍ ଦେଇଛନ୍ତି, ଉଭୟ ଦେଶ ମଧ୍ୟରେ ସ୍ବାକ୍ଷର କରିଛନ୍ତି ବଡ଼ ବଡ଼ ଡିଲ୍ । ଯେମିତି କି ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ବଢ଼ାଇବାକୁ ଭାରତକୁ ଏଫ୍ ୩୫ ଲଢୁଆ ବିମାନ ସହ କୋଟି କୋଟି ଡଲାରର ସୈନ୍ୟ ଉପକରଣ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ । ଏଥିସହ ଦୁଇ ଦେଶର ମିଳିତ ସହଯୋଗରେ ଭାରତରେ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ଜାଭେଲିନ୍ ଓ ପଦାତିକ ଯୁଦ୍ଧ ଯାନ ବା ଇନ୍ଫାଣ୍ଟ୍ରି କମ୍ବାଟ୍ ଭେହିକିଲ୍ ଷ୍ଟ୍ରାଇକରର ଉତ୍ପାଦନ ଓ କ୍ରୟ ପାଇଁ ରାଜିନାମା ହୋଇଛି ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍ ମାଇଣ୍ଡ ତହବ୍ବୁର ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯିବା ନେଇ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । କହିଛନ୍ତି ଆତଙ୍କବାଦର ମୁକାବିଲା ପାଇଁ ଭାରତ ଓ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ବିରୋଧରେ ଭାରତର ଅଦାଲତରେ ବିଚାର ହେବ ବୋଲି କହିଛନ୍ତି ।

ଅନେକ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଦୁଇ ଦେଶ ସହମତ ହୋଇଛନ୍ତି । ସେ ଭିତରୁ ଶକ୍ତି ଓ ଭିତ୍ତିଭୂମି କ୍ଷେତ୍ରରେ ନିବେଶକୁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ଶକ୍ତି କ୍ଷେତ୍ରରେ ଦୁଇ ଦେଶ ଏକ ବଡ଼ ଚୁକ୍ତିନାମା ହୋଇଛି, ଯାହାଦ୍ବାରା ଭାରତ ଏବେ ନିଜ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଆବଶ୍ୟକତାର ସର୍ବାଧିକ ଭାଗ ଆମେରିକାରୁ ହିଁ ଆମଦାନୀ କରିବ । ସେହପରି ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟିକ ସଂପର୍କକୁ ଦ୍ବିଗୁଣିତ କରି 5 ଶହ ବିଲିଅନ୍ ଡଲାରରେ ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି।

ଏହି ଅବସରରେ ଭାରତ-ଆମେରିକା ସଂପର୍କକୁ ନେଇ ଟ୍ରମ୍ପଙ୍କ ସାମ୍ନାରେ ମୋଦି ମେଗା ପ୍ଲସ୍ ମାଗା ସମାନ ମିଗାର ଫର୍ମୁଲା ରଖିଛନ୍ତି । ଅର୍ଥାତ୍ ଆମେରିକାର ମେକ ଆମେରିକା ଗ୍ରେଟ୍ ଏଗେନ ସହ ଭାତରର ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ ମିଗାର ଭିଜନ୍ ବିକାଶ ପାଇଁ ଏକ ମେଗା ଭାଗିଦାରୀ ହେବ ବୋଲି କହିଛନ୍ତି ମୋଦି। କେବଳ ସେତିକି ନୁହେଁ ସମୃଦ୍ଧି ପାଇଁ ଭାରତ-ଆମେରିକା ମିଶିଲେ ୱାନ ପ୍ଲସ ଓ୍ୱାନ୍ ଦୁଇ ନୁହେଁ, ୧୧ ହୋଇଯିବ ବି ବୋଲି କହିଛନ୍ତି ମୋଦି ।

ଆମେରିକାରେ ରହୁଥିବା ଅବୈଧ ଭାରତୀୟଙ୍କ ପ୍ରସଙ୍ଗକୁ ପୁଣି ଭାରତ ସମ୍ମୁଖରେ ଟ୍ରମ୍ପ ରଖିବାରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏ ଦିଗରେ ସକାରତ୍ମକ ଆଭିମୁଖ୍ୟ ରଖିଛନ୍ତି। ବେଆଇନ୍ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ ଭାରତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମୋଦି । ଟ୍ରମ୍ପ ଦ୍ବିତୀୟ ବାର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏ ପ୍ରଥମ ଆମେରିକା ଗସ୍ତ ଦୁଇ ଦେଶର ରଣନୀତିକ ସଂପର୍କ ଓ ସହଯୋଗକୁ ବେଶ୍ ମଜଭୁତ କରିବା ନେଇ ବେଶ୍ ଆଶାବାଦୀ ବିଶେଷଜ୍ଞ । ଏସବୁ ବାଦ୍ ଦୁଇ ନେତାଙ୍କ ଆଲୋଚନାରେ ଚୀନ୍, ପାକିସ୍ତାନ, ଆତଙ୍କବାଦ ଓ ଋଷ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଉଠିଛି ।

ଅଧିକ ପଢ଼ନ୍ତୁ: