Advertisment

ଢ଼ୋଲ ପିଟି ସିଙ୍ଗାପୁରରେ ମୋଦିଙ୍କୁ ଗ୍ରାଣ୍ଡ ୱେଲ୍‌କମ୍‌

କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ ପିଏମ୍ ମୋଦି। ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ।

author-image
Satyendu Shekher Mishra
Narendra Modi

Narendra Modi

ବ୍ରୁନେଇ ପରେ ସିଙ୍ଗାପୁରରେ ପିଏମ୍ ମୋଦି। ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍ ମୋଦିଙ୍କୁ ଭବ୍ୟ ସ୍ବାଗତ କରିବା ସହ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଦୁଇ ନେତା ପରସ୍ପର ସହ ହାତ ମିଳାଇବା ସହ ଆଲିଙ୍ଗନ କରି ଖୁସି ବ୍ୟକ୍ତ କରିଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ତଥା ଐତିହାସିକ ଶ୍ରୀ ତେମାସେକ୍ ବଙ୍ଗଳାରେ ଉଭୟେ ପ୍ରାଇଭେଟ୍ ଡିନର କରିଛନ୍ତି। ଏହି ଅବସରରେ ଭାରତ-ସିଙ୍ଗାପୁର ସଂପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ହୋଇଛି ଆଲୋଚନା।

Advertisment

ସେହିଭଳି ସିଙ୍ଗାପୁରରେ ପିଏମ୍ ମୋଦିଙ୍କୁ କରାଯାଇଛି ଗ୍ରାଣ୍ଡ ୱେଲକମ୍। ଭାରତୀୟ ସମୁଦାୟ ମୋଦିଙ୍କୁ ଆଡ଼ମ୍ବର ସହକାରେ ସ୍ବାଗତ କରିଛନ୍ତି। ଏହି ଅବସରରେ ମୋଦି ଢୋଲ ବଜାଉଥିବା ଦେଖିବାକୁ ମିଳିଛି । ଭାରତୀୟ ପରମ୍ପରା ଅନୁଯାୟୀ, ସ୍ବାଗତ ବେଳେ ପିଏମ ଢୋଲ ବଜାଇଥିଲେ। ମୋଦି ଯେଉଁ ହୋଟେଲକୁ ଯାଇଥିଲେ ସେଠାରେ ତାଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ସ୍ବାଗତ କରାଯାଇଥିଲା।

କିଛି କଳାକାର ଢୋଲ ବଜାଇବା ସହ ନାଚ ଗୀତରେ ସ୍ବାଗତ ବେଳେ ମୋଦି ତାଙ୍କ ଗହଣକୁ ଯାଇ ଢୋଲ ବଜାଇଥିଲେ।.. ମୋଦିଙ୍କ ପାଇଁ କିଛି କଳାକାର ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ। ସିଙ୍ଗାପୁରରେ ଭାରତୀୟ ସଂସ୍କୃତି, ପରମ୍ପରା ଓ କଳାର ଝଲକ ଦେଖି ବେଶ୍ ଖୁସି ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ। ଏପରିକି କିଛି ସମୟ କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ ପିଏମ୍ ମୋଦି। ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ।

Advertisment

PM Narendra Modi Singapore
Advertisment
Advertisment