Advertisment

ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ; ସାରକ୍ରିକରୁ ଶତ୍ରୁ ରାଷ୍ଟ୍ରକୁ ଦେଲେ କଡ଼ା ବାର୍ତ୍ତା

ଗୁଜରାଟ କଚ୍ଛ୍‌ରେ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ବିଏସ୍ଏଫ୍, ଆର୍ମି, ନେଭି ଓ ଏୟାରଫୋର୍ସ ସହ ଦିୱାଲି ସେଲିବ୍ରେସନ୍ ପାଇଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ବିବାଦୀୟ ସାର୍ କ୍ରିକ୍‌ର ଲକି ନାଲାରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି।

author-image
Sujit kumar Swain
undefined

PM Modi Celebrates Diwali with Soldiers

ଯବାନଙ୍କ ଗହଣରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ। ସୀମାରେ ସୈନ୍ୟଙ୍କ ସହ ସେଲିବ୍ରେସନ୍ ସହ ଶତ୍ରୁକୁ ଦେଲେ କଡ଼ା ବାର୍ତ୍ତା। କହିଛନ୍ତି, ବର୍ଡରରେ ଗୋଟିଏ ଇଞ୍ଚ୍ ଜମି ବି ସରକାର ସାଲିସ୍ କରିବେ ନାହିଁ। ଚଳିତ ଥର ପିଏମ୍ ମୋଦି ଗୁଜରାଟର କଚ୍ଛରେ ଦୀପାବଳି ପାଳିଥିବା ବେଳେ ୨୦୧୪ରୁ ପ୍ରତିବର୍ଷ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହୋଇ ଆସୁଛନ୍ତି। ସେପଟେ ଭାରତ-ଚୀନ୍ ନିୟନ୍ତ୍ରଣ ରେଖା ନିକଟରେ ପରସ୍ପରକୁ ମିଠା ପ୍ୟାକେଟ୍ ଦେଇଛନ୍ତି ଉଭୟ ଦେଶର ସେନା। 

Advertisment

ସୀମାରେ ଦୀପାବଳି। ଯବାନଙ୍କ ସହ ଦିୱାଲି । ଗୁଜରାଟ କଚ୍ଛ୍‌ରେ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ବିଏସ୍ଏଫ୍, ଆର୍ମି, ନେଭି ଓ ଏୟାରଫୋର୍ସ ସହ ଦିୱାଲି ସେଲିବ୍ରେସନ୍ ପାଇଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ବିବାଦୀୟ ସାର୍ କ୍ରିକ୍‌ର ଲକି ନାଲାରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି। ସୀମାରେ ଥିବା ବିଏସଏଫ ଆଉଟପୋଷ୍ଟ ପରିଦର୍ଶନ କରିଥିଲେ । ସୈନ୍ୟଙ୍କ ହାଲଚାଲ ପଚାରି ବୁଝିଥିଲେ । ଦୀପାବଳି ଶୁଭେଚ୍ଛ ଜଣାଇବା ସହ ନିଜ ହାତରେ ସୁରକ୍ଷାକର୍ମୀଙ୍କୁ ଖୁଆଇଥିଲେ ମିଠା । ଯବାନଙ୍କ ମେଳରେ କିଛି ସମୟ କାଟିବା ସହ ସୀମାରୁ ଶତ୍ରୁକୁ କଡ଼ା ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ଦେଶର ଗୋଟିଏ ଇଞ୍ଚ୍ ଜମି ସହିତ ବି ସାଲିସ କରାଯିବ ନାହିଁ। ଆମେ ଶତ୍ରୁର କଥାକୁ ନୁହେଁ, ସେନାର ସଂକଳ୍ପ ଉପରେ ଅତୁଟ ବିଶ୍ୱାସ ରଖିଥାଉ। ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେନାକୁ ବିଶ୍ୱର ସବୁଠୁ ଅତ୍ୟାଧୁନିକ ସାମରିକ ବାହିନୀ ଶ୍ରେଣୀରେ ଆଣିବାକୁ ଉଦ୍ୟମ ଚଲିଛି।

ସୈନାବାହିନୀର ପରାକ୍ରମ ଓ ପରାକାଷ୍ଠାକୁ ତାରିଫ କରିବା ସହ ମୋଦି କହିଛନ୍ତି, ଦୁନିଆ ଯେତେବଳେ ତୁମକୁ ଦେଖେ ତାକୁ ଦେଖାଯାଏ ଭାରତର ଶକ୍ତି। ଆଉ ସେନା ଯେବେ ଜୋସ୍ ସହ ଗର୍ଜନ କରେ କମ୍ପି ଉଠିଥାଆନ୍ତି ଆତଙ୍କୀ। ନିଜ ସମ୍ବୋଧନ ପରେ ସେନାର ଯବାନ ଓ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କୁ ଶୁଣାଇଥିଲେ ଦେଶାତ୍ମବୋଧକ ସଙ୍ଗୀତ। ଏହାକୁ ମିଶାଇ ୧୧ଥର ସୀମାରେ ଯବାନଙ୍କ ସହ ଦୀପାବଳି ମନାଇଛନ୍ତି ପ୍ରଧାନମନ୍ତ୍ରୀ। 

Advertisment

ଏପଟେ ସାମୀରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ଦିୱାଲି ସେଲିବ୍ରେସନ୍ କରିଥିବା ବେଳେ ସେପଟେ ଭାରତ-ଚୀନ୍ ନିୟନ୍ତ୍ରଣ ରେଖାରୁ ଆସିଛି ବନ୍ଧୁତ୍ବର ଚିତ୍ର। ଦୀପାବଳି ଅବସରରେ LACର ବିଭିନ୍ନ ପଏଣ୍ଟରେ ପରସ୍ପରକୁ ମିଠା ପ୍ୟାକେଟ ଦେଇଛନ୍ତି ଦୁଇ ଦେଶର ସେନା। ହଟ୍ ସ୍ପ୍ରିଙ୍ଗ, କାରାକୋରମ୍ ପାସ୍, ଦୌଲତ ବେଗ୍ ଓଲଡି, କୋଙ୍ଗକ୍ଲା ସମେତ ଲଦାଖର ଚୁସୁଲ-ମୋଲଡୋ ବର୍ଡର ନିକଟ ମିଟିଂ ପଏଣ୍ଟରେ ଦୁଇ ଦେଶର ସେନା ଭିତରେ ମିଠା ଆଦାନ ପ୍ରଦାନ କରାଯାଇଛି। ସୀମାରୁ ସେନା ଅପସାରଣ ପରେ ପ୍ରଥମ ଥର ପାଇଁ ଭାରତ-ଚୀନ ମଧ୍ୟରେ ବନ୍ଧୁତ୍ୱ ଆଚରଣ ଦେଖିବାକୁ ମିଳିଛି। 

PM Modi Diwali Soldiers
Advertisment
Advertisment