/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1708339833.jpg)
PM Modi
ଉତ୍ତରପ୍ରଦେଶର ସମ୍ଭାଲରେ ଶ୍ରୀ କଲକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କଳକୀ ଧାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ବି ଉପସ୍ଥିତ ଥିଲେ ।
Advertisment
ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ କଳକୀ ଧାମ ମନ୍ଦିରର ଭୂମିପୂଜନ ଉତ୍ସବରେ ସାମିଲ ହୋଇଥିଲେ ମୋଦି । ୫ ଏକର ଜମିରେ ଏହି କଳକୀ ଧାମ ମନ୍ଦିର ନିର୍ମାଣ ହେବ । ୫ ବର୍ଷ ମଧ୍ୟରେ ମନ୍ଦିରର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟଧ୍ୟାର୍ଯ୍ୟ କରାଯାଇଛି । ଅଯୋଧ୍ୟାର ରାମ ମନ୍ଦିର ଓ ସୋମନାଥ ମନ୍ଦିର ନିର୍ମାଣରେ ବ୍ୟବହୃତ ପଥରରେ ଏହାର ନିର୍ମାଣ ହେବ ।
୧୦୮ ଫୁଟ ଉଚ୍ଚର ଏହି ମନ୍ଦିରରେ ଷ୍ଟିଲ କିମ୍ବା ଲୁହାର ବ୍ୟବହାର କରାଯିବ ନାହିଁ । ଏଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ବିଗ୍ରହ ସ୍ଥାପନ କରାଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)