Advertisment

PM Modi Visit To Kuwait: ୪୩ ବର୍ଷ ପରେ କୁଏତ ଯିବେ ଭାରତର ପ୍ରଧାନମନ୍ତ୍ରୀ, ଆହୁରି ମଜବୁତ୍‌ ହେବ ଦ୍ୱିପାକ୍ଷିକ ସମ୍ପର୍କ

କୁଏତର ଆମିର ଶେଖ୍‌ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ନରେନ୍ଦ୍ର ମୋଦି ।

କୁଏତ୍‌ ଯିବେ ମୋଦି

କୁଏତ୍‌ ଯିବେ ମୋଦି

Advertisment

ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ । ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି । ଶେଷ ଥର ପାଇଁ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ କୁଏତ୍‌ ଗସ୍ତରେ ଯାଇଥିଲେ । ଏହା ପରଠୁ ଭାରତର ଆଉ କୌଣସି ପ୍ରଧାନମନ୍ତ୍ରୀ କୁଏତ୍‌ ଗସ୍ତରେ ଯାଇନଥିଲେ । କୁଏତର ଆମିର ଶେଖ୍‌ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରମୁଖ ନେତା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଏହା ସହ କୁଏତରେ ରହୁଥିବା ପ୍ରବାସୀ ଭାରତୀୟ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ଗସ୍ତ ସହାୟକ ହେବ । ମୋଦିଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏବଂ ଅନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ । କୁଏତରେ ରହୁଥିବା ଭାରତୀୟ ସମୁଦାୟ ସବୁଠାରୁ ବଡ଼ ପ୍ରବାସୀ ସମୁଦାୟ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ବେଶ୍‌ ଗୁରୁତ୍ୱବହନ କରୁଛି ।

ଅଧିକ ପଢ଼ନ୍ତୁ: ସଂସଦ ଧକ୍କାବାଜି ମାମଲା: ବଢ଼ିପାରେ ରାହୁଲଙ୍କ ଅଡ଼ୁଆ, ଘାରିଲା ଗିରଫଦାରି ଭୟ...

Advertisment

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୯ଟା ୧୫ରେ କୁଏତ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ସମୟ ୧୧ଟା ୩୫ରେ ପ୍ରଧାନମନ୍ତ୍ରୀଙ୍କ ସେଠାରେ ଅବତରଣ କରିବ । ସ୍ଥାନୀୟ ସମୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୨ଟା ୫୦ ସମୟରେ ଏକ ସ୍ଥାନୀୟ ଶ୍ରମ ଶିବିର ପରିଦର୍ଶନ କରିବେ । ଏହା ପରେ ପିଏମ ମୋଦୀ ଶେଖ ସାଦ ଅଲ ଅବଦୁଲ୍ଲା ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଯିବେ। ଯେଉଁଠାରେ ସେ ୪୦୦୦ରୁ ୫୦୦୦ ପ୍ରବାସୀ ଭାରତୀୟ ଲୋକଙ୍କୁ ସମ୍ବୋଧିତ କରିବେ ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗଲ୍ଫ କପ୍ ଫୁଟବଲର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ । ପରଦିନ ପ୍ରଧାନମନ୍ତ୍ରୀ ମୋଦୀ ଏକ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଥିରେ ସେ କୁଏତର ଆମିର ଶେଖ୍‌ ମେଶଲ ଅଲ ଶବାହ ଏବଂ କ୍ରାଉନ୍ ପ୍ରିନ୍ସଙ୍କ ସହ ଏକ ସରକାରୀ ବୈଠକ କରିବେ। ଭାରତୀୟ ସମୁଦାୟ ପକ୍ଷରୁ ମୋଦିଙ୍କ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ନାତି ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅତୁଲଙ୍କ ମା’; କହିଲେ...

Narendra Modi Kuwait
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ