/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677331191.jpg)
pm kisan yojana
କୃଷକଙ୍କ ପାଇଁ ଖୁସିର ଖବର । ବ୍ୟାଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା । ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ଖୁବ୍ଶୀଘ୍ର ଚାଷୀମାନେ ପାଇବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶର କୃଷକ ମାନେ ୧୨ଟି କିସ୍ତି ପାଇସାରିଥିବା ବେଳେ ଏବେ ୧୩ତମ କିସ୍ତି ଖୁବ୍ଶୀଘ୍ର ଚାଷୀ ମାନଙ୍କୁ ମିଳିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ପିଏମ୍ କିଷାନ ଯୋଜନାରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି । ପ୍ରତିବର୍ଷ ୪ ମାସର ବ୍ୟବଧାନରେ ଚାଷୀ ମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି କେନ୍ଦ୍ର ସରକାର । ତେଣୁ ଗୋଟିଏ ବର୍ଷରେ କୃଷକଙ୍କୁ ପିଏମ୍ କିଷାନ ଯୋଜନାରେ ୩ଟି କିସ୍ତି ମିଳୁଥିବା ବେଳେ ମୋଟ୍ ୬ ହଜାର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସୁଛି ।
ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ଯାହାକି ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚାଷୀ ମାନଙ୍କୁ ପିଏମ୍ କିଷାନ ଯୋଜନାରେ ୧୩ତମ କିସ୍ତି ମିଳିବ । ଯାହାକୁ ନେଇ କେନ୍ଦ୍ର ସରକାର ବିଚାରବିମର୍ଶ ଚଳାଇଛନ୍ତି ।
କୁହାଯାଉଛି କି ହୋଲି ପୂର୍ବରୁ ଚାଷୀଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ଆସିବାକୁ ଯାଉଛି । କିନ୍ତୁ ଏନେଇ କେନ୍ଦ୍ର ସରକାର କିମ୍ବା ସରକାରୀ କର୍ମଚାରୀଙ୍କ ପକ୍ଷରୁ ଘୋଷଣା କରାଯାନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)