• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିମାନରେ ପାଇଲଟଙ୍କୁ ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ବିଭାଗ। ଏଭଳି ଅଭଦ୍ର ବ୍ୟବହାରକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ । ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ଘନ କୁହୁଡି ଯୋଗୁଁ ନୂଆଦିଲ୍ଲୀରେ ଦୃଶ୍ୟମାନ ଦୂରତା କମିଯାଇଥିଲା। ଏଥିଯୋଗୁଁ ସକାଳ ୫ଟା ପରଠାରୁ ୯ଟା ପର୍ଯ୍ୟନ୍ତ ବିମାନଯାତ୍ରା ପ୍ରଭାବିତ ହୋଇଥିଲା । ବିମାନଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବିମାନ ସେବାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଏଭଳି ସ୍ଥିତିକୁ ଏଡାଇବା ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। 

ନୂଆଦିଲ୍ଲୀ ବିମାନ ବନ୍ଦରର ଚତୁର୍ଥ ରନୱେକୁ ଖୁବଶୀଘ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିମାନ ସେବା ବାତିଲ ଓ ବିଳମ୍ବ ହେଉଥିବା ଯୋଗୁଁ ଯାତ୍ରୀମାନଙ୍କ ସମସ୍ୟା ସୃଷ୍ଟ ହେଉଛି । ଏହାକୁ ଦୂର କରିବାକୁ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରାଯିବ। ଗତକାଲି ଘନ କୁହୁଡି ଯୋଗୁଁ ନୂଆଦିଲ୍ଲୀରେ ବିମାନ ସେବା ଗୁରୁତର ପ୍ରଭାବିତ ହୋଇଥିଲା । ପ୍ରାୟ ୧୫୦ରୁ ଅଧିକ ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବା ପ୍ରଭାବିତ ହୋଇଥିଲା ।

ବିମାନର ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ । ବିମାନ ପରିଚାରିକା ସଂପୃକ୍ତ ଯାତ୍ରୀଙ୍କ ଏଥିରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ।