Advertisment

କେଜ୍ରିୱାଲଙ୍କୁ ମିଳିବ କି ‘ୱାର୍କ ଫ୍ରମ୍‌ ଜେଲ୍‌’ ଅନୁମତି, ହାଇକୋର୍ଟରେ କଲେ ଗୁହାରୀ

ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବାକୁ ଅନୁମତି ଦେବାକୁ ଦାବି କରାଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Arvind Kejriwal to run govt from jail

Arvind Kejriwal

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ଜେଲରେ କେଜ୍ରିୱାଲଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବାକୁ ଅନୁମତି ଦେବାକୁ ଦାବି କରାଯାଇଛି ।

Advertisment

ଦିଲ୍ଲୀ ହାଇକୋର୍ଟରେ ଏହି ପିଟିସନ୍‌ ଓକିଲ ଶ୍ରୀକାନ୍ତ ପ୍ରସାଦ ଦାଖଲ କରିଛନ୍ତି । ଏଥିରେ ସେ ତିହାର ଜେଲ ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟକୁ ଦାବି କରିଛନ୍ତି । ତେବେ ଏହି ପିଟିସନ୍‌ ଉପରେ ଶୁଣାଣି ହେବ କି ନାହିଁ ତାହା କୋର୍ଟ ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି ।

ଅଧିକ ପଢ଼ନ୍ତୁ: ଜାଣିଶୁଣି ଆମ୍ବ-ପୁରୀ-ମିଠା ଖାଇ ଜେଲ୍‌ରେ ବେଲ୍‌ ପ୍ଲାନ୍‌ କରୁଛନ୍ତି କେଜ୍ରିୱାଲ !

Advertisment

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏହି ଆବେଦନରେ ଓକିଲ ଶ୍ରୀକାନ୍ତ ପ୍ରସାଦ କହିଛନ୍ତି, ତିହାର ଜେଲ୍‌ ଡିଜି ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କୋର୍ଟ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଯାହାଫଳରେ ସେ ଜେଲ୍‌ ମଧ୍ୟରେ ଥାଇ ଭିଡିଓ କନଫରେନ୍ସଂ ମାଧ୍ୟମରେ ଦିଲ୍ଲୀର ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରିବେ ।

ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ। ଗିରଫ ହେବା ପରେ ତାଙ୍କୁ ଏପ୍ରିଲ ୧ରୁ ତିହାର ଜେଲରେ ରଖାଯାଇଥିଲା। ତେବେ ଏପ୍ରିଲ୍‌ ୧୫ରେ ତାଙ୍କ ନ୍ୟାୟିକ ହେପାଜତର ଅବଧି ଶେଷ ହୋଇଥିଲା। ଏହାପରେ ଇଡି ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରିଥିଲେ । ଏହାପରେ କୋର୍ଟ ତାଙ୍କ ଜେଲ ରହଣୀ ଅବଧିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।

ଅନ୍ୟପକ୍ଷରେ ଗିରଫଦାରୀ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କ ଏହି ଚ୍ୟାଲେଞ୍ଜକୁ ଏପ୍ରିଲ ୨୯ ଯାଏ ଘୁଞ୍ଚାଇ ଦେଇଛନ୍ତି। ତେବେ କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ରଖିବାକୁ କୋର୍ଟ ଇଡିକୁ ନୋଟିସ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ଟ୍ରାଏଲ କୋର୍ଟ କେଜ୍ରିୱାଲଙ୍କୁ ଦୁଇଟି ପର୍ଯ୍ୟାୟରେ ୧୦ ଦିନ ପାଇଁ ଇଡି ରିମାଣ୍ଡରେ ଛାଡ଼ିଥିଲେ। ଏହାପରେ ଏପ୍ରିଲ ୧ରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ଏପ୍ରିଲ ୧୦ରେ ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ତାଙ୍କୁ ସେଠାରେ ନିରାଶ ହେବାକୁ ପଡ଼ିଥିଲା। ତେଣୁ ହାଇକୋର୍ଟଙ୍କ ରାୟ ବିରୋଧରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପଡ଼ିଥିଲା ।

Tihar Jail Arvind Kejriwal Delhi High Court
Advertisment
Advertisment